ନୟାଗଡ ଜିଲ୍ଲାର ଏକତାଳ ଗ୍ରାମରେ ସ୍ଥାନୀୟ ପ୍ରଶାସନ ତଥା ସରକାରଙ୍କ କୋଭିଡ ପରିଚାଳନାଗତ ମନୋଭାବକୁ ନେଇ ପ୍ରଶ୍ନବାଚୀ ?

0 465
greentech

ନୟାଗଡ / ଚାନ୍ଦପୁର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୩୧/୦୭ : ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ କେରନ୍ଦାଟାଙ୍ଗୀ ନିକଟସ୍ଥ ଏକତାଳ ଗ୍ରାମ ର ବରୁଣ କୁମାର ବଳିଆରସିଂ ହାଇଦ୍ରାବାଦରେ ରହି ଜୀବିକା ନିର୍ବାହ ପାଇଁ କାମ କରୁଥିଲେ । କୋଭିଡ-19 ଜନିତ ଲକଡାଉନ ଯୋଗୁଁ ନିଜ ଜୀବିକା ହରାଇ କାମଧନ୍ଦା ନ ପାଇ ସେଠାରେ ଚଳିବାରେ ନାନାବିଧ କଷ୍ଟ ଓ ଅସୁବିଧାର ସମ୍ମଖୀନ ହୋଇଥିଲେ । ଶେଷରେ କିଂକର୍ତ୍ତବ୍ୟବିମୁଢ ହୋଇ ଗତ ଜୁଲାଇ ୨ ତାରିଖ ରେ ସେ ନିଜ ଗାଁ କେରନ୍ଦାଟାଙ୍ଗୀସ୍ଥ ଏକତାଳ କୁ ଫେରିଆସି, ସ୍ଵଇଚ୍ଛାରେ ଯାଇ ଗ୍ରାମ ନିକଟସ୍ଥ କେରନ୍ଦାଟାଙ୍ଗୀ ହାଇସ୍କୁଲରେ ହୋଇଥିବା କ୍ଵାରେଣ୍ଟାଇନ ସେଣ୍ଟରରେ ଗତ ଜୁଲାଇ ୩ ତାରିଖ ରୁ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ସଙ୍ଗରୋଧ ହୋଇ ରହିଥିଲେ ।

ଜୁଲାଇ ୧୪ ତାରିଖରେ ବରୁଣଙ୍କ କୋଭିଡ ନମୁନା ପରୀକ୍ଷା ରିପୋର୍ଟ ‘ପଜିଟିଭ’ ଆସିବାରୁ ଚାନ୍ଦପୁର କୋଭିଡ ହସ୍ପିଟାଲରେ ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ରହିଥିଲେ। ସେଠାରେ ତାଙ୍କ କୋଭିଡ ରିପୋର୍ଟ ନେଗେଟିଭ ଆସିଥିଲା ଏବଂ ଡିସଚାର୍ଜ ହୋଇ ନିଜ ଘରେ ହୋମ କ୍ଵାରେଣ୍ଟାଇନରେ ରହିଥିଲେ । ହୋମ କ୍ଵାରେଣ୍ଟାଇନରେ ବରୁଣଙ୍କ ସ୍ଵାସ୍ଥ୍ୟ ଭଲ ରହୁ ନ ଥିବାରୁ ସେ ଜୁଲାଇ ୨୬ ତାରିଖରେ ପୁଣି ଥରେ ନିଜ ଖର୍ଚ ଯାଇ ଭୁବନେଶ୍ବରସ୍ଥ ସମ ହସ୍ପିଟାଲରେ ନିଜର କୋଭିଡ ପରୀକ୍ଷା କରାଇଥିଲେ ।

ତେବେ ଜୁଲାଇ ୨୮ ତାରିଖରେ ସମ ହସ୍ପିଟାଲ କତ୍ତୃପକ୍ଷ ଫୋନ ଯୋଗେ ବରୁଣଙ୍କ କୋଭିଡ ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ ଆସିଥିବା ଜଣାଇବା ସହ ତାଙ୍କ ରିପୋର୍ଟ ଜନିତ ସୂଚନା ସରକାର ଏବଂ ଜିଲ୍ଲା ପ୍ରଶାସନ ନିକଟକୁ ପଠାଇ ଦେଇଥିବା ସମ ହସ୍ପିଟାଲ କତ୍ତୃପକ୍ଷ କହିଥିଲେ । ବରୁଣ ଏବଂ ତାଙ୍କ ପରିବାରବର୍ଗ ଜୁଲାଇ ୨୮ ତାରିଖରୁ ଆଜି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବାରମ୍ବାର କୋଭିଡ କଣ୍ଟ୍ରୋଲରୁମ, ଜିଲ୍ଲା ନୋଡାଲ ଅଫିସର, ଉପ- ଜିଲ୍ଲାପାଳ, ସି.ଡି.ଏମ.ଓ ଏବଂ ସ୍ଥାନୀୟ ସରପଞ୍ଚ ପ୍ରଭୃତିଙ୍କୁ ଯୋଗାଯୋଗ କରି ଅନୁରୋଧ କରିବା ସତ୍ତ୍ୱେ, ପ୍ରଶାସନ ତରଫରୁ ତାଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ କୌଣସି ପଦକ୍ଷେପ ନିଆଯାଇ ନାହି ।

ଏଠାରେ ପ୍ରକାଶଯୋଗ୍ୟ ଯେ ,ବରୁଣଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିବା ପରେ ସେମାନେ ସପରିବାର ମାନସିକ ତଥା ସାମାଜିକ ଚାପରେ ଅଛନ୍ତି। ବରୁଣ ଜଣେ କୋଭିଡ ରୋଗୀ ହୋଇଥିବା ବେଳେ, ତାଙ୍କ ପରିବାରର ସମସ୍ତ ପାଞ୍ଚ ପ୍ରାଣୀ କୁଟୁମ୍ବ ଗୋଟିଏ ବାଖରାରେ ରହୁଛନ୍ତି । ପରିବାରର ଅନ୍ୟ ସଦସ୍ୟ ତଥା ସାହି ପଡିଶା ମାନଙ୍କୁ ମଧ୍ୟ କରୋନା ବ୍ୟାପିବାର ଭୟ ଦେଖା ଦେଇଛି । କୋଭିଡ ପଜିଟିଭ ଆସିଥିବାରୁ ଏକତାଳ ଗ୍ରାମବାସୀ ଏବଂ ସାହିପଡିଶା ମାନେ ମଧ୍ୟ ବରୁଣଙ୍କ ଘର ତଥା ପରିବାର କୁ ଏକପ୍ରକାର ବାସନ୍ଦ କରିଛନ୍ତି ।

ଏହା ନିଶ୍ଚୟ ଆଶ୍ଚର୍ଯ୍ୟଜଣକ ଯେ ଜଣେ ପ୍ରବାସୀ ଓଡିଆ ଯିଏ କି ସ୍ଵଇଚ୍ଛାରେ ଯାଇ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ ଓ ପ୍ରଶାସନ ପକ୍ଷରୁ ତାଙ୍କୁ ବାରମ୍ବାର ଭୁଲ ରିପୋର୍ଟ ମିଳିଥିଲା। ପରେ ସେ ନିଜେ କୋଭିଡ ପରୀକ୍ଷା କରି ପଜିଟିଭ ଜାଣିବା ପରେ ମଧ୍ୟ ୩ ଦିନ ଧରି ପ୍ରଶାସନ ନିକଟରେ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ଅନୁରୋଧ କଲାପରେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି ।ଏଭଳି ଅଭାବନୀୟ ପରିସ୍ଥିତି ସରକାରଙ୍କ ତଥା ସ୍ଥାନୀୟ ପ୍ରଶାସନର କୋଭିଡ ପରିଚାଳନାଗତ ଫାଟକୁ ସାମ୍ନାକୁ ଆଣୁଛି ।

Leave A Reply

Your email address will not be published.

5 − four =

error: Content is protected !!
Open chat