ପତିଙ୍କ ଦରମା ବଢିଲେ ପତ୍ନୀଙ୍କ ଅନ୍ତରୀଣ ଗୁଜୁରାଣ ଭତ୍ତା ମଧ୍ୟ ବୃଦ୍ଧି ହେବ: ହାଇକୋର୍ଟ

0 186
greentech

ଚଣ୍ଡୀଗଡ ୧୦/୨: ବୈବାହିକ ବିବାଦ ପରେ ଯଦି ପତିଙ୍କ ଦରମା ବଢୁଛି ତେବେ ପତ୍ନୀ ମଧ୍ୟ ଗୁଜୁରାଣ ଭତ୍ତା ବଢାଇବା ଦାବି କରିପାରିବେ । ତାଙ୍କର ଏହି ଅଧିକାର ଅଛି । ଏମିତି ନିଷ୍ପତି ଶୁଣାଇଛନ୍ତି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ । ହାଇକୋର୍ଟଙ୍କ ଜଷ୍ଟିସ୍ ଏଚଏସ ମଦାନ ଜଣେ ପତିଙ୍କ ଯାଚିକା ଖାରଜ କରି ଏମିତି ନିଷ୍ପତି ଶୁଣାଇଛନ୍ତି ।

ଘଟଣାଟି ପଞ୍ଚକୁଲାର । ଜଣେ ବ୍ୟକ୍ତି ବରୁଣ ଜଗୋଟା ପଞ୍ଚକୁଲା ଫ୍ୟାମିଲି କୋର୍ଟଙ୍କ ଆଦେଶକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ । ପଞ୍ଚକୁଲା ଫ୍ୟାମିଲି କୋର୍ଟ ପତିଙ୍କ ବେତନକୁ ବଢାଇବା ପରେ ପତ୍ନୀଙ୍କ ଅନ୍ତରୀଣ ଗୁଜୁରାଣ ଭତ୍ତା ୨୦ ହଜାର ଟଙ୍କାରୁ ୨୮ ହଜାର ଟଙ୍କା କରିଦେଇଥିଲେ । ହାଇକୋର୍ଟ ସଫା ସଫା କହିଲେ କି ପତିଙ୍କ ବେତନ ବଢିଛି ତେବେ ପତ୍ନୀ ମଧ୍ୟ ଅତିରିକ୍ତ ଅନ୍ତରୀଣ ଗୁଜୁରାଣ ଭତ୍ତା ପାଇବାର ହକଦାର । ଏହା ସହିତ ହାଇକୋର୍ଟ ଯାଚିକାକୁ ଖାରଜ କରିଦେଇଛନ୍ତି ।

ଯାଚିକା ଆବେଦନକାରୀ ପତି ହାଇକୋର୍ଟରେ କହିଲା କି ଫ୍ୟାମିଲି କୋର୍ଟ ୫ ମାର୍ଚ୍ଚ ୨୦୨୦ରେ ସେହି ମାମଲାରେ ଆଦେଶ ଦେଇଥିଲେ । କୋର୍ଟ କହିଥିଲେ କି ଯାଚିକା ଆବେଦନକାରୀଙ୍କ ବେତନ ୯୫ ହଜାର ଟଙ୍କାରୁ ବୃଦ୍ଧି ପାଇ ଏବେ ୧ ଲକ୍ଷ ୧୪ ହଜାର ଟଙ୍କା ମାସିକ ହୋଇଯାଇଛି । ସମସ୍ତ କାଟ୍ ପରେ ତାଙ୍କୁ ୯୨ ହଜାର ୧୭୫ ଟଙ୍କା ବେତନ ରୂପେ ମିଳୁଛି ଏବଂ ଏଭଳି ସ୍ଥିତିରେ ୨୮ ହଜାର ଟଙ୍କାର ଅନ୍ତରୀଣ ଗୁଜୁରାଣ ଭତ୍ତା ଦେବାର ଆଦେଶ କେମିତି ଦିଆହେବ ।

ହାଇକୋର୍ଟ ଯାଚିକା ଖାରଜ କରି କହିଲେ କି ‘ରିଭିଜନ ଯାଚିକାରେ ହାଇକୋର୍ଟର ଦଖଲର ସମ୍ଭାବନା ବହୁତ କମ୍ ହୋଇଥାଏ । ଏମିତି ସେତେବେଳେ ହୁଏ ଯେତେବେଳେ ଆଦେଶ ଆଇନର ବିରୁଦ୍ଧରେ ବା ପକ୍ଷପାତିତା ହୋଇଥାଏ । ଏହି ମାମଲାରେ ମଧ୍ୟ ଏମିତି କିଛି ନଜର ଆସିଛି । ଗୋଟେ ପଟେ ପତିଙ୍କ ଦରମା ବଢିଛି, ଅନ୍ୟପଟେ ପତ୍ନୀଙ୍କ ଘର ଭଡାରେ ମଧ୍ୟ ୧୫୦୦ ଟଙ୍କା ବଢିଛି ।’ ତେବେ ହାଇକୋର୍ଟ ଆବେଦନକାରୀକୁ କୌଣସି ବି ପ୍ରକାର ଆଶ୍ୱସ୍ତି ନଦେଇ ଯାଚିକା ଖାରଜ କରିଦେଇଛନ୍ତି ।

Leave A Reply

Your email address will not be published.

5 × one =

error: Content is protected !!
Open chat