ପରିବହନ କ୍ଷେତ୍ରରେ ପୁଣି ତିନି ମାସ ପାଇଁ ରିହାତି ଘୋଷଣା ରାଜ୍ୟ ସରକାର

0 286
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୧/୦୭: ପରିବହନ କ୍ଷେତ୍ରରେ ପୁଣି ତିନି ମାସ ପାଇଁ ରିହାତି ଘୋଷଣା କରିଛନ୍ତି ରାଜ୍ୟ ସରକାର। ସାମୟିକ ଭାବେ କିଛି ନିର୍ଦ୍ଦିଷ୍ଟ ପରିବହନ ଉପରୁ ମୋଟରଯାନ ଟିକସ ଓ ଅତିରିକ୍ତ ଟିକସ ଛାଡ଼ ଘୋଷଣା କରାଯାଇଛି।

ଷ୍ଟେଜ୍ ଓ କଣ୍ଟ୍ରାକ୍ଟ କ୍ୟାରେଜ ଉପରୁ ଟିକସ ଛାଡ଼ ହେବ। ଏବର୍ଷ ଜୁଲାଇରେ ୭୫ ପ୍ରତିଶତ, ଅଗଷ୍ଟରେ ୫୦ ପ୍ରତିଶତ ଓ ସେପ୍ଟେମ୍ବରରେ ୨୫ ପ୍ରତିଶତ ଛାଡ଼ କରାଯିବ।

ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

Leave A Reply

Your email address will not be published.

eleven − nine =

error: Content is protected !!
Open chat