ଭୁବନେଶ୍ଵର ୧୯/୧୨/୨୦୨୧ କଳିଙ୍ଗ ଜ୍ୟୋତି : କରୋନାର ନୂଆ ଭାରିଏଣ୍ଟ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଯାହାକି ଚିନ୍ତାଜନକ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭ ଜଣ ବିଦେଶ ଫେରନ୍ତା କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଜିନମ ସିକ୍ଵେନ୍ସିଂ କରାଯାଇଥିଲା। ସେମାନଙ୍କ ନମୁନାରେ ଓମିକ୍ରନ୍ ଆକ୍ରାନ୍ତ ଆସି ନାହିଁ। ତେବେ ଅନ୍ୟ ତିନି ଜଣଙ୍କ ନମୁନା ସିକ୍ୱେନସିଂ ପାଇଁ ଯାଇଛି ବୋଲି କହିଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।
ସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, ବିଭିନ୍ନ ମଡେଲ ଦେଖାଉଥିବା ଭବିଷ୍ୟବାଣୀ ଏକ ଷ୍ଟାଟିଷ୍ଟକାଲ ଜିନିଷ ଉପରେ ଆଧାରିତ । IIT ମଡେଲ ଅନୁସାରେ ଯଦି ରୋଗ ପ୍ରତିରୋଧକ ଶକ୍ତି ପର୍ଯ୍ୟାପ୍ତ ପରିମାଣର ନଥାଏ ତେବେ ଦିନକୁ ଦେଢ଼ ଲକ୍ଷ ପର୍ଯ୍ୟନ୍ତ ସଂକ୍ରମିତ ବାହାରି ପାରନ୍ତି । ସଂକ୍ରମଣ କେତେ ବଢୁଛି ଆମକୁ ଦେଖିବାକୁ ପଡ଼ିବ। ସର୍ଭିଲାନ୍ସ କରିବା ସବୁଠାରୁ ଭଲ ଉପାୟ । ସିଡିସି କହିଛନ୍ତି ଯେ, ଓମିକ୍ରନ୍ ପ୍ରଜାତି ଅଧିକ ସଂକ୍ରମକ । ହେଲେ ଆକ୍ରାନ୍ତ ଅଧିକ ଗୁରୁତର ହେଉନାହାନ୍ତି। ଅକ୍ସିଜେନ ବ୍ୟବହାର ଓ ହସ୍ପିଟାଲରେ ଭର୍ତ୍ତି ହେବା ସଂଖ୍ୟା ବଢୁନି। ହେଲେ ତାକୁ ଭାବିକି ପ୍ରସ୍ତୁତ ନରହିବା ଠିକ୍ ନୁହେଁ ।
ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ପୁଣି କହିଛନ୍ତି ଯେ, ସମାଜର ବି ଭୂମିକା ଅଛି । ଲକ୍ଷଣ ଥିଲେ ଟେଷ୍ଟ କରାନ୍ତୁ । ସଂଖ୍ୟା ଆମେ ପୁରା ଶୂନ କରିପାରିବା ନାହିଁ କିନ୍ତୁ ତୁରନ୍ତ ଚିହ୍ନଟ କରି ପ୍ରତିକାର କଲେ ଆକ୍ରାନ୍ତଙ୍କ ସଂଖ୍ୟା କମେଇପାରିବା । ନିର୍ବାଚନ ହେଉ କିମ୍ବା ସ୍କୁଲ ଖୋଲିବା ହେଉ, ସଂକ୍ରମିତଙ୍କ ସଂଖ୍ୟା ଓ ପଜିଟିଭିଟି ହାର ଦେଖି କେନ୍ଦ୍ର ସରକାରଙ୍କ ନିୟମ ମୁତାବକ ପ୍ରତିବନ୍ଧକ ଲଗାଯିବ ।