ପାକିସ୍ତାନର ପାଗଳାମି ପୁଣି ବାହାରିଲା: କାଶ୍ମୀରକୁ ନିଜର ଦେଖାଇ ଇମରାନଙ୍କ ନୂଆ ପଲିଟିକାଲ ମ୍ୟାପ୍ ଜାରି

0 435
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ ଲାହୋର ୦୫/୦୮ : ନେପାଳ ରାସ୍ତାରେ ପାକିସ୍ତାନ । ପାକ୍‌ର ଇମରାନ ଖାନ ସରକାର ଏବେ ବିବଦୀୟ ନକ୍ସା ଜାରି କରିଛନ୍ତି । ଏଥିରେ ପାକିସ୍ତାନ କାଶ୍ମୀରକୁ ନିଜର ବୋଲି ଦାବି କରିଛି । ପୂର୍ବରୁ ପାକିସ୍ତାନ କେବଳ ପିଓକେକୁ ନିଜର ବୋଲି ଦାବି କରୁଥିଲା । କିନ୍ତୁ ନୂଆ ନକ୍ସାରେ କାଶ୍ମୀର ମଧ୍ୟ ସାମିଲ ହୋଇଯାଇଛି । ନୂଆ ମ୍ୟାପରେ ଲଦାଖ, ସିୟାଚୀନ ସମେତ ଗୁଜୁରାଟର ଜୁନାଗଡକୁ ମଧ୍ୟ ପାକିସ୍ତାନ ନିଜର ବୋଲି ଦର୍ଶାଇଛି ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ଏହାକୁ ଇତିହାସର ସବୁଠାରୁ ଐତିହାସିକ ଦିନ ବୋଲି କହିଛନ୍ତି । ବିବାଦିୟ ନକ୍ସାକୁ ଇମରାନଙ୍କ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି । କ୍ୟାବିନେଟ୍ ବୈଠକ ପରେ ଇମରାନ ନୂଆ ପଲିଟିକାଲ ମ୍ୟାପ୍ ଜାରି କରିଥିଲେ । ଏଥିରେ କାଶ୍ମୀରକୁ ନିଜର ବୋଲି ପାକ୍ ଦାବି କରିଛି ।

ପାକିସ୍ତାନ ପୂର୍ବରୁ ନେପାଳ ମଧ୍ୟ ଭାରତର କଳାପାଣୀ, ଲିପୁଲେଖ ଓ ଲିମ୍ପିୟାଧୁରାକୁ ନିଜର ଦାବି କରିଥିଲା । ଏହାକୁ ମେ ୨୦ରେ ଜାରି କରାଯାଇଥିଲା । ନେପାଳ ସଂସଦରେ ଏହାକୁ ମଞ୍ଜୁରୀ ମିଳିଥିଲା ।

ତେବେ କାଶ୍ମୀରରୁ ଧାରା ୩୭୦ ହଟିବା ପରେ ପାକିସ୍ତାନ ପାଗଳଙ୍କ ଭଳି ପ୍ରଳାପ କରିଥିଲା । ଏହାପରେ ପାକିସ୍ତାନ ଏବେ ନୂଆ ନକ୍ସା ଜାରି କରିଛି ।

Leave A Reply

Your email address will not be published.

eleven − five =

error: Content is protected !!
Open chat