ପିପିଲି ଉପନିର୍ବାଚନ: ଏପ୍ରିଲ ୧୭ରେ ମତଦାନ, ମେ’ ୨ରେ ଫଳ

0 202
greentech

ପିପିଲିରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ସାରା ଦେଶରେ କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଉପନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଆଜି ନିର୍ବାଚନ କମିଶନ ଯେଉଁ ସବୁ ସ୍ଥାନରେ ନିର୍ବାଚିତ ପ୍ରତିନିଧିଙ୍କ ମୃତ୍ୟୁ ଯୋଗୁ କିମ୍ବା ଅନ୍ୟ କାରଣ ଯୋଗୁ ଆସନ ଫାଙ୍କା ପଡିଛି, ସେହି ସବୁ ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ସେହି କ୍ରମରେ ବିଜେଡିର ଅଭେଦ୍ୟ ଦୁର୍ଗ କୁହାଯାଉଥିବା ପିପିଲି ନିର୍ବାଚନ ମଣ୍ଡଳୀରେ ଆସନ୍ତା ମାସ ଏପ୍ରିଲ ୧୭ରେ ନିର୍ବାଚନ ଅନୁଷ୍ଠିତ ହେବ।

ଏହି ଉପନିର୍ବାଚନ ପାଇଁ ଚଳିତ ମାର୍ଚ୍ଚ ୨୩ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ୨୩ରୁ ୩୦ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଏପ୍ରିଲ ୩ ତାରିଖ ଦିନ ଧାର୍ଯ୍ୟ କରାଯାଇଛି। ତେବେ ମେ’ ମାସ ୨ରେ ଭୋଟ ଗଣତି କରାଯାଇ ସେହିଦିନ ଫଳ ପ୍ରକାଶ ପାଇବ।

ପିପିଲି ବିଧାୟକ ଥିବା ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ସେହି ଆସନ ଖାଲି ପଡିଥିଲା। ଏବେ ସେହି ଆସନ ପାଇଁ ପ୍ରାର୍ଥୀ ତିନୋଟି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଅଙ୍କକଷା ଆରମ୍ଭ କରିଦେଇଛନ୍ତି। ଅକ୍ତିଆର କରିବାକୁ ବିରୋଧୀ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଗୋଟିଏ ପଟେ ବିଜେପିର ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ଇତି ମଧ୍ୟରେ ପ୍ରଚାର ଜୋରଦାର କରିଥିବା ବେଳେ କଂଗ୍ରେସ ପକ୍ଷରୁ ମୁଖପାତ୍ର ନିଶିକାନ୍ତ ମିଶ୍ରଙ୍କୁ ଟିକେଟ ମିଳିବ ନେଇ ସମ୍ଭାବନା ଦେଖାଦେଇଛି। ଅନ୍ୟ ପକ୍ଷରେ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀ ପ୍ରତିଭା ଓ ପୁଅ ରୁଦ୍ରପ୍ରତାପଙ୍କ ମଧ୍ୟରୁ କାହାକୁ ଟିକେଟ ମିଳିବ ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ।

ଗତ ୨୦୧୯ ନିର୍ବାଚନରେ ପ୍ରଦୀପ ମହାରଥୀଙ୍କୁ ୮୮ ହଜାର ୫୧୮ ଭୋଟ, ଆଶ୍ରିତ ପଟ୍ଟନାୟକଙ୍କୁ ୭୨ ହଜାର ୭୩୧ ଓ କଂଗ୍ରେସର ଅଜିତ୍‌ ମଙ୍ଗରାଜଙ୍କୁ ୯ ହଜାର ୮୦୯ ଖଣ୍ଡ ଭୋଟ୍‌ ମିଳିଥିଲା।

Leave A Reply

Your email address will not be published.

eleven − five =

error: Content is protected !!
Open chat