ପିପିଲି ଉପନିର୍ବାଚନ: ଶୋଭାଯାତ୍ରା ଓ ନିର୍ବାଚନୀ ସଭା କରିବନି ବିଜେଡ଼ି

0 414
greentech

ଭୁବନେଶ୍ଵର: ପିପିଲି ଉପନିର୍ବାଚନରେ ଆଉ ରାଲି କରିବନି ବିଜୁ ଜନତା ଦଳ(ବିଜେଡ଼ି)। ସାଧାରଣ ସଭା ଓ ଶୋଭାଯାତ୍ରା ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ବଢ଼ି ଚାଲିଥିବା କରୋନା ସଂକ୍ରମଣ ଦୃଷ୍ଟିରୁ ରାଲି ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି। ନିର୍ବାଚନୀ ସଭା ଓ ରାଲି ବନ୍ଦ ନେଇ ଟ୍ବିଟ୍‌ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ସୂଚନା ଦେଇଛନ୍ତି।

ପିପିଲି ଉପନିର୍ବାଚନରେ ବିଜେଡି(ବିଜୁ ଜନତା ଦଳ) ଶୋଭାଯାତ୍ରା ଓ ନିର୍ବାଚନ ପ୍ରଚାର ସଭା କରିବ ନାହିଁ। ଆଜି ଏଭଳି ଏକ ବଡ ଘୋଷଣା କରିଛନ୍ତି ବିଜେଡି ମୁଖ୍ୟମନ୍ତ୍ରୀ ସୁପ୍ରିମୋ ନବୀନ ପଟ୍ଟନାୟକ। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଜେଡି ପିପିଲି ଉପନିର୍ବାଚନ ପାଇଁ ଶୋଭାଯାତ୍ରା ଓ ନିର୍ବାଚନୀ ପ୍ରଚାରରୁ ଦୂରେଇ ରହିବ ବୋଲି ନବୀନ କହିଛନ୍ତି। ଆଜି ଟ୍ୱିଟର୍‌ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ନବୀନ ଟ୍ୱିଟର୍‌ରେ ଲେଖିଛନ୍ତି ଯେ ବିଜେଡି ଏକ ଦାୟିତ୍ୱବାନ ଦଳ। ଲୋକଙ୍କ ଜୀବନକୁ ଦଳ ବିପଦରେ ପକାଇବ ନାହିଁ। ଲୋକଙ୍କ ଜୀବନ ଅତି ମୂଲ୍ୟବାନ ହୋଇଥିବା ବେଳେ ଆମେ ଲୋକଙ୍କ ସେବା ପାଇଁ ନିର୍ବାଚନ ଲଢୁଛୁ। କିନ୍ତୁ ନିର୍ବାଚନ ପ୍ରଚାରରେ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି, ସେତେବେଳେ ମୁଁ ରାଜନୈତିକ ଦଳମାନଙ୍କୁ ଓ ନିର୍ବାଚନ କମିସନଙ୍କୁ ଅନୁରୋଧ କରିବି ଯେ ସେ ପ୍ରଚାରର ଅବଧି ଓ ପଦ୍ଧତି ଉପରେ ପୁନର୍ବିଚାର କରନ୍ତୁ।

Leave A Reply

Your email address will not be published.

seventeen − 17 =

error: Content is protected !!
Open chat