ରାଜ୍ୟ ତମାମ ପିଲାଙ୍କ ପାଠ ପଢ଼ାରେ ବଡ଼ ପ୍ରତିବନ୍ଧକ ସାଜିଛି ଘନଘନ ଅଘୋଷିତ ବିଦ୍ୟୁତ୍‌ କାଟ

0 401
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୦/୦୮ : କରୋନା ଯୋଗୁଁ ପିଲାଙ୍କ ପାଠ ପଢ଼ା ଗୁରୁତର ପ୍ରଭାବିତ ହୋଇଥିବା ବେଳେ ଅନ୍‌ଲାଇନ୍ ପାଠ ପଢ଼ା ଏକମାତ୍ର ବିକଳ୍ପ ସାଜିଛି। ତେବେ ଅଘୋଷିତ ବିଦ୍ୟୁତକାଟ ପିଲାଙ୍କ ପାଠ ପଢ଼ାରେ ସାଜିଛି ବଡ଼ ପ୍ରତିବନ୍ଧକ। ରାଜଧାନୀ ଠାରୁ ଆରମ୍ଭ କରି ଗଁା ଗହଳି ପର୍ଯ୍ୟନ୍ତ ସବୁଠି ସମାନ ଅବସ୍ଥା। କାହିଁକି ବିଦ୍ୟୁତ କାଟ ହେଉଛି, କ’ଣ କାମ ଚାଲିଛି ବୋଲି ଫୋନ୍ କରି ନିକଟସ୍ଥ ବିଦ୍ୟୁତ କାର୍ଯ୍ୟାଳୟକୁ ପଚାରିଲେ ସନ୍ତୋଷଜନକ ଉତ୍ତର ମିଳୁନାହିଁ।


ଟାଟା ପାୱାର ହାତକୁ ବିଜୁଳି ସେବା ଟେକି ଦିଆଯାଇଛି। ବିଦ୍ୟୁତ ସେବା ଅଧିକ ଦକ୍ଷ ଓ ତ୍ବରାନ୍ବିତ କରିବା ଉଦ୍ଦେଶ୍ୟରେ ଘରୋଇ ସଂସ୍ଥାକୁ ଦାୟିତ୍ବ ଦିଆଯାଇ ଥିବା ସରକାର କହିଥିଲେ। କିନ୍ତୁ ଅବସ୍ଥା ଯଥା ପୂର୍ବଂ ତଥା ପରଂ ଭଳି ହୋଇଛି।

ଆଗରୁ ବି ଘନ ଘନ ବିଦ୍ୟୁତ କାଟ ହେଉଥିଲା ଆଉ ଆଜି ବି ସେଇୟା ଚାଲିଛି। ରାଜଧାନୀ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ଦିନକୁ ୫ରୁ ୬ ଥର ଲେଖାଏଁ ବିଦ୍ୟୁତ କାଟ ହେଉଥିବା ଦେଖିବାକୁ ମିଳୁଛି। ଅନ୍ୟ ଜିଲା ଓ ଗ୍ରାମାଞ୍ଚଳ କଥା ନକହିବା ଭଲ। ବର୍ଷା ପବନ ନଥାଇ ବି ଲାଇନ୍ କଟିଯାଉଛି। ବିଜୁଳି ସଂଯୋଗ ଆସୁଛି ପୁଣି କେଇ ମିନିଟ୍ ଭିତରେ ଚାଲିଯାଉଛି। ଏପଟେ ମୋବାଇଲ୍‌/ଲାପ୍‌ଟପ୍‌ରେ ଅନ୍‌ଲାଇନ୍ କ୍ଲାସ୍ କରୁଥିବା କିମ୍ବା କିଛି ତଥ୍ୟ ସଂଗ୍ରହ କରୁଥିବା ପିଲାଟିଏ ପାଠ ପଢ଼ି ପାରୁନାହିଁ। ବାରମ୍ବାର ବିଦ୍ୟୁତ କାଟ ଯୋଗୁଁ ଅଧିକାଂଶ ପିଲା ବିରକ୍ତ ହୋଇ ଆଉ ପାଠ ପଢ଼ିବା ପାଇଁ ବସୁ ନାହାନ୍ତି। ନିମ୍ନମାନର ଇଣ୍ଟରନେଟ୍ ସେବାକୁ ନେଇ ଅନ୍‌ଲାଇନ୍ ପାଠ ପଢ଼ା ବ୍ୟାହତ ହେଉଥିବା ବେଳେ ବିଦ୍ୟୁତ କାଟ ଯୋଗୁଁ ସ୍ଥିତି ଆହୁରି ଖରାପ ହେବାରେ ଲାଗିଛି।

ଭୁବନେଶ୍ବରରେ ରହୁଥିବା ପିଲାମାନେ କହିଛନ୍ତି, ପାଠ ପଢ଼ା ପାଇଁ ଏବେ ନିରବିଚ୍ଛିନ୍ନ ବିଦ୍ୟୁତ ସେବା ଏକାନ୍ତ ଆବଶ୍ୟକ। କିନ୍ତୁ ବାରମ୍ବାର ବିଦ୍ୟୁତ ସେବା ବ୍ୟାହତ ହେବା ଦ୍ବାରା ସମସ୍ୟା ହେଉଛି। ଲାଇନ୍ କଟୁଥିବାରୁ ଲ୍ୟାପଟପ୍‌ ଅଧିକ ସମୟ ଚାଲୁନାହିଁ, ଇଣ୍ଟରନେଟ୍ ମୋଡେମ୍ ବନ୍ଦ ହୋଇଯାଉଛି, ଡ଼ାଉନ୍‌ଲୋଡ୍ କିମ୍ବା ପ୍ରିଣ୍ଟ କରିବା ସମ୍ଭବ ହେଉ ନାହିଁ। ଘରେ ବସି ପାଠ ପଢ଼ିବା ସମସ୍ୟା ବହୁଳ ହୋଇଥିବା ବେଳେ ବିଦ୍ୟୁତ କାଟ ଯୋଗୁଁ ବେଶ୍‌ ସମସ୍ୟା ହେଉଛି ବୋଲି ସେ ଅଭିଯୋଗ କରିବା ସହ ସରାକରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

Leave A Reply

Your email address will not be published.

10 + 19 =

error: Content is protected !!
Open chat