ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣର ସ୍ଥିତି ସମୀକ୍ଷା କଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଆଇନ୍ ଆଣିବେ। ସ୍ୱତନ୍ତ୍ର ଆଇନ ଅନୁସାରେ ଲିଙ୍ଗରାଜ ମନ୍ଦିର ପରିଚାଳନା ହେବ। ଏଠାରେ ମଧ୍ୟ ପୁରୀ ଶ୍ରୀମନ୍ଦିର ଭଳି ଆଇନ୍ ପ୍ରଣୟନ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ନେଇ ସ୍ଥିତି ସମୀକ୍ଷା କରିଛନ୍ତି। ପର୍ଯ୍ୟଟନସ୍ଥଳୀର ବିକାଶ ଓ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଚାଲିଥିବା ସୌନ୍ଦର୍ଯ୍ୟକରଣର କାମ ଆଜି ସନ୍ଧ୍ୟାରେ ବୁଲି ଦେଖିଛନ୍ତି। ଏକାମ୍ର କ୍ଷେତ୍ରରେ ଚାଲିଥିବା ଏହି ଉନ୍ନୟନମୂଳକ କାମର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଲିଙ୍ଗରାଜ ମନ୍ଦିର ସମ୍ମୁଖ, ବିନ୍ଦୁସାଗର ଅଂଚଳ ଆଦି ବୁଲି ଦେଖିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଉନ୍ନତିକରଣ କାର୍ଯ୍ୟର ଅଗ୍ରଗତି ନେଇ ମୁଁ ଖୁସି।
‘ଏକାମ୍ରକ୍ଷେତ୍ର’ ଯୋଜନାରେ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ କାମ ଜାରି ରହିଛି। ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଯେଉଁମାନେ ଜମି ଦାନ କରିଛନ୍ତି, ସେମାନଙ୍କୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି।
ଲିଙ୍ଗରାଜ ମନ୍ଦିରକୁ ପରିଦର୍ଶନ ଓ ମୁଖ୍ୟମନ୍ତ୍ରୀ ନବୀନଙ୍କ ଗସ୍ତ କାଳରେ ୫ଟି ସଚିବ ଭି.କେ ପାଣ୍ଡିଆନ୍, ଭୁବନେଶ୍ୱର (ଏକାମ୍ର) ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ଆଦି ଉପସ୍ଥିତ ଥିଲେ।