ଶେଷ ଦିନିକିଆ : ରୋମାଞ୍ଚକର ମ୍ୟାଚରେ ଅଷ୍ଟ୍ରେଲିଆକୁ ୧୩ ରନରେ ପରାସ୍ତ କଲା ଭାରତ

0 534
greentech

କାନବେରା :  କାନବେରାର ମାନୁକା ଓଭାଲ ଷ୍ଟାଡିୟମଠାରେ ଆଜି ଖେଳାଯାଇଥିବା ଚଳିତ ସିରିଜର ଶେଷ ଦିନିକିଆ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୧୩ ରନରେ ପରାସ୍ତ କରିଛି । ତେବେ ପୂର୍ବରୁ ୨ଟି ମ୍ୟାଚ ଜିତିଥିବା ଅଷ୍ଟ୍ରେଲିଆ ଏହି ତିନିଟିକିଆ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୧ରେ ଜିତିନେଇଛି ।

ଆଜି ଭାରତ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ହାର୍ଦିକ ପାଣ୍ଡ୍ୟା ସର୍ବାଧିକ ୯୨ ରନ, ରବିନ୍ଦ୍ର ଜାଦେଜା ୬୬ରନ ଓ ଅଧିନାୟକ ବିରାଟ କୋହଲି ୬୩ରନ କରିଥିଲେ । ଫଳରେ ଭାରତ ୫୦ ଓଭରରେ ୫ ଓ୍ବିକେଟ ହରାଇ ୩୦୨ ରନ କରିଥିଲା ।

୩୦୩ ଲକ୍ଷ୍ୟର ପିଛା କରୁଥିବା ଅଷ୍ଟ୍ରେଲିଆ ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ ମାରନସ ଲାବୁସାନ ଓ ଅଧିନାୟକ ସ୍ମିଥ ୭ ରନ ଲେଖାଏଁ କରି ପାଭିଲିୟନ ଫେରିଥିଲେ । କିନ୍ତୁ ଆରନ ଫିଞ୍ଚ୍ (୭୫ରନ), ଗ୍ଲେନ ମାକ୍ସଓ୍ବେଲ( ୫୭ରନ) ଓ ଆଲେକ୍ସ କ୍ୟାରେ (୩୮ରନ) ଲଢୁଆ ବ୍ୟାଟିଂର ପ୍ରଦର୍ଶନ କରି ମ୍ୟାଚକୁ ମୁକାବିଲା ସ୍ଥିତିକୁ ନେଇଯାଇଥିଲେ । ତେବେ ଦଳ ୪୯.୩ ଓଭରରେ ୨୮୯ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ସାର୍ଦ୍ଦୁଲ ଠାକୁର ୩ଟି, ଯଶପ୍ରୀତ ବୁମରା ଓ କେ. ନଟରାଜନ୍ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଭାରତ ପାଇଁ ଏହି ମ୍ୟାଚ୍‌ ସମ୍ମାନର ପ୍ରଶ୍ନ ଥିଲା । ୦-୩ ମୂଳ‌ପୋଛ ଶୃଙ୍ଖଳା ପରାଜୟରୁ ବର୍ତିବାକୁ‌ ଚେଷ୍ଟା କରି ସଫଳ ହୋଇଛି ବିରାଟ ବାହିନୀ।ଦଳରେ ଆଜି ଭାରତ ତିନିଟି ପରିବର୍ତ୍ତନ କରି ଖେଳିଥିଲା । ମୟଙ୍କ ଅଗ୍ରୱାଲଙ୍କ ସ୍ଥାନରେ ଶୁବମନ୍ ଗିଲ୍, ନବଦୀପ ସୈନିଙ୍କ ବଦଳରେ ସାର୍ଦୁଲ୍ ଠାକୁର ଖେଳୁଥିବା ବଳେ ମହମ୍ମଦ ସାମିଙ୍କ ସ୍ଥାନରେ କେ.ନଟରାଜନ୍ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ଉଭୟ ସାର୍ଦ୍ଦୁଲ ଠାକୁର ଓ କେ.ନଟରାଜନ୍ ଆଜି ଭଲ ପ୍ରଦର୍ଶନ କରିଛନ୍ତି।

Leave A Reply

Your email address will not be published.

9 − five =

error: Content is protected !!
Open chat