ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଚାଲିବ ୪ଟି ବିଶେଷ ଟ୍ରେନ

0 401
greentech

ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଆହୁରି ୪ଟି ବିଶେଷ ଟ୍ରେନ ଚଳାଚଳ ପାଇଁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ଗ୍ରହଣ କରିଛି। ଏହି ଟ୍ରେନ୍ ଗୁଡିକ ହେଉଛି ପୁରୀ-ମୁମ୍ବାଇ ଏଲଟିଟି, ପୁରୀ-ଗାନ୍ଧୀଧାମ, ମୁଜାଫରପୁର-ଯଶୋବନ୍ତପୁର ଏବଂ ଜସିଡିହ-ତାମ୍ବରମ ୦୨୧୪୫/୦୨୧୪୬ ମୁମ୍ବାଇ ଏଲଟିଟି- ପୁରୀ-ମୁମ୍ବାଇ ଏଲଟିଟି ସ୍ପେଶାଲ୍ ମୁମ୍ବାଇରୁ ଏପ୍ରିଲ ୧୧ଠାରୁ ପ୍ରତ୍ୟେକ ରବିବାର ଦିନ ରାତି ୮.୩୦ ମିନିଟରେ ଛାଡିବ ଏବଂ ପୁରୀରୁ ଏପ୍ରିଲ ୧୩ଠାରୁ ରାତି ୯.୪୫ରେ ପ୍ରତି ମଙ୍ଗଳବାର ଦିନ ପର୍ଯ୍ୟନ୍ତ ଚଳାଚଳ କରିବ।

୦୯୪୯୩/୦୯୪୯୪ ଗାନ୍ଧୀଧାମ-ପୁରୀ- ଗାନ୍ଧୀଧାମ ବିଶେଷ ଟ୍ରେନ ଏପ୍ରିଲ ୧୬ଠାରୁ ଗାନ୍ଧୀଧାମରୁ ପ୍ରତ୍ୟେକ ଶୁକ୍ରବାର ଦିନ ରାତ୍ର ୧୧.୦୫ରେ ଛାଡିବ ଏବଂ ପୁରୀରୁ ଏପ୍ରିଲ ୧୯ଠାରୁ ରାତ୍ର ୧୧ରେ ଚଳାଚଳ କରିବ। ୦୫୨୨୮/୦୫୨୨୭ ମୁଜାଫରପୁର-ଯଶୋବନ୍ତପୁର-ମୁଜାଫରପୁର ସ୍ପେଶାଲ ମୁଜାଫରପୁରରୁ ଏପ୍ରିଲ ୫ରୁ ଜୁନ ୨୮ମଧ୍ୟରେ ପ୍ରତ୍ୟେକ ସୋମବାର ଦିନ ସକାଳ ୭. ୨୫ରେ ଛାଡିବ ଏବଂ ଯଶୋବନ୍ତପୁରରୁ ଏପ୍ରିଲ ୭ରୁ ଜୁନ୍ ୩୦ ମଧ୍ୟରେ ପ୍ରତ୍ୟେକ ବୁଧବାର ଦିନ ରାତ୍ର ୧୧. ୫୫ରେ ଛାଡିବ। ୦୨୩୭୬/୦୨୩୭୫ ଜାସିଡିହ-ତାମ୍ବରମ୍-ଜସିଡିହ ସ୍ପେଶାଲ୍ ଜସିଡିହରୁ ଏପ୍ରିଲ ୧୪ରୁ ପ୍ରତ୍ୟେକ ବୁଧବାର ଦିନ ଅପରାହ୍ନ ୧.୨୦ରେ ଛାଡିବ ଏବଂ ତାମ୍ବରମରୁ ଏପ୍ରିଲ ୧୭ ଠାରୁ ପ୍ରତ୍ୟେକ ଶନିବାର ଦିନ ଅପରାହ୍ନ ୧୨.55ରେ ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ। ବିଶାଖାପାଟନମ୍-ନୂଆଦିଲ୍ଲୀ- ବିଶାଖାପାଟନମ୍ ଵିଶେଷ ଟ୍ରେନ ଦୁଇ ସପ୍ତାହ ପାଇଁ ବିଜୟନଗରମ୍-ରାୟଗଡା-ଟିଟିଲାଗଡ଼ ମାର୍ଗ ହୋଇ ଚଳାଚଳ କରିବ।

Leave A Reply

Your email address will not be published.

six + fourteen =

error: Content is protected !!
Open chat