![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଶ୍ରୀନଗର ୧୮/୦୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ଜାମ୍ମୁ-କାଶ୍ମୀର ଗସ୍ତ କରିବା ସହିତ ବାବା ଅମରନାଥଙ୍କୁ ଦର୍ଶନ କରିଛନ୍ତି। ଏହି ଅବସରରେ ସେ ଘାଟିରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ରାଜନାଥଙ୍କ ସହିତ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍(ସିଡିଏସ) ବିପିନ ରାୱତ ଏବଂ ସେନାଧ୍ୟକ୍ଷ ଏମ. ଏମ. ନରୱଣେ ଉପସ୍ଥିତ ଥିଲେ। ଏହା ପୂର୍ବରୁ ରାଜନାଥ ଲଦାଖ ଗସ୍ତରେ ଯାଇ ଲେହରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଗସ୍ତ ସମୟରେ ସେ ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୂଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।
![](https://i0.wp.com/kalingajyoti.com/wp-content/uploads/2020/07/jhdyjudytju.jpg?resize=432%2C242&ssl=1)
ଲେହରେ ରାଜନାଥ ଯବାନମାନଙ୍କ ସହିତ ମିଶି ସେମାନଙ୍କ ମନୋବଳ ବଢ଼ାଇଥିଲେ। ଯବାନଙ୍କୁ ସମ୍ବୋଧିତ କରି ଚୀନକୁ ଚେତାବନୀ ମଧ୍ୟ ଦେଇଥିଲେ ରାଜନାଥ। ଭାରତର ସ୍ବାଭିମାନକୁ କେହି ଆଘାତ ପହଞ୍ଚାଇଥିଲେ ତାହାର ମୁହଁତୋଡ୍ ଜବାବ ଦିଆଯିବ ବୋଲି ସେ ଚୀନ ଉଦ୍ଦେଶ୍ୟରେ ଚେତାବନୀ ଦେଇଥିଲେ। ଭାରତର ଗୋଟିଏ ଇଞ୍ଚ ଜାଗା ବି କେହି ଛୁଇଁ ପାରିବେନି ବୋଲି ରାଜନାଥ କହିଥିଲେ।