ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କର ଗୁରୁତ୍ଵପୂର୍ଣ୍ଣ ରୁଷ ଗସ୍ତ।

0 162
greentech

ମସ୍କୋ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) : ରୁଷର ରାଜଧାନୀ ମସ୍କୋର ରେଡ୍‌ ସ୍କୋୟାରରେ ଦ୍ବିତୀୟ ବିଶ୍ଵଯୁଦ୍ଧର ୭୫ ବର୍ଷ ପୂର୍ତ୍ତି ଅବସରରେ ବୁଧବାର ବିଜୟ ଦିବସ ପରେଡ୍‌ ଅନୁଷ୍ଠିତ ହୋଇଛି। ଏଥିରେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅତିଥିଭାବେ ଯୋଗଦେଇ ପରେଡ୍‌ରେ‌ ଅଭିଭାଦନ ଗ୍ରହଣ କରିଛନ୍ତି। ପରେଡ୍‌ରେ ଭାରତର ୩ ସେନାର କିଛି ଅଧିକାରୀ ଏବଂ ଯବାନ ସାମିଲ ହୋଇଥିଲେ।

ଏଥିରେ ଭାରତ ୭୫ ଯବାନ ସାମିଲ ହୋଇଛି। ସୂଚନାଯୋଗ୍ୟ, ଗତ ୩ମାସ ମଧ୍ୟରେ ରାଜନାଥଙ୍କର ଏହା ପ୍ରଥମ ବିଦେଶ ଗସ୍ତ। ଏହି ସମୟରେ ଭାରତ ରୁଷଠାରୁ କିଣିବାକୁ ଥିବା ଗୁରୁତ୍ଵପୂର୍ଣ୍ଣ ଅସ୍ତ୍ରଶସ୍ତ୍ରଗୁଡ଼ିକର ତ୍ଵରିତ ଯୋଗାଣ ସମ୍ପର୍କରେ ରାଜନାଥ ଆଲୋଚନା କରିପାରନ୍ତି। ଲଦାଖରେ ଚୀନ ସହିତ ସୀମା ବିବାଦ ଜାରି ରହିଥିବାବେଳେ ପ୍ରତିରକ୍ଷା ମନ୍ତ୍ରୀ ୩ ଦିନିଆ ରୁଷ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ ବିଜୟ ଦିବସ ପରେଡ୍‌ର ୭୫ତମ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି।

Leave A Reply

Your email address will not be published.

9 − 9 =

error: Content is protected !!
Open chat