ପ୍ରଥମ ଥର ପାଇଁ ଭାରତୀୟ ରେଳବାଇରେ ପ୍ଲାଟଫର୍ମ ଟିକେଟର ମୂଲ୍ୟ ୫୦ ଟଙ୍କା

0 372
greentech

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୯/୦୮: ପୁନେ ଜଙ୍କସନ ଷ୍ଟେସନରେ, ରେଳବାଇ ପ୍ଲାଟଫର୍ମ ଟିକଟର ମୂଲ୍ୟକୁ ବଢ଼ାଇ ୫୦ ଟଙ୍କା କରି ଦିଆଯାଇଛି । ଏହା ପରେ ସୋସିଆଲ ମିଡ଼ିଆରୁ ନେଇ ରାଜନୈତିକ ସ୍ତରରେ ଖୁବ ଚର୍ଚା ହୋଇଛି । ଏହା ଭିତରେ ରେଳବାଇର ପ୍ରବକ୍ତା ସଫେଇ ଦେଇ କହିଛନ୍ତି ଯେ କରୋନା ମହାମାରୀ ଯୋଗୁ ପ୍ଲାଟଫର୍ମ ଟିକଟର ମୂଲ୍ୟ ୫୦ ଟଙ୍କା କରାଯାଇଛି ।

ରେଳବାଇର ପ୍ରବକ୍ତା କହିଛନ୍ତି ଯେ ପୁନେ ଜଙ୍କ୍ସନ ଦ୍ୱାରା ପ୍ଲାଟଫର୍ମ ଟିକଟର ମୂଲ୍ୟ ୫୦ ଟଙ୍କା ରଖିବାର ଉଦ୍ଦେଶ୍ୟ ହେଲା ଅଯଥାରେ ଷ୍ଟେସନକୁ ଆସୁଥିବା ଯାତ୍ରୀ ମାନଙ୍କ ଉପରେ ରୋକ ଲଗାଇବା । ଯାହା ଦ୍ୱାରା ସାମାଜିକ ଦୂରତାକୁ ପାଳନ କରାଯାଇ ପାରିବ ।

ପୁନେ ଷ୍ଟେସନର ପ୍ଲାଟଫର୍ମ ଟିକଟର ମୂଲ୍ୟ ବଢ଼ାଇ ଦିଆଯିବ ପରେ ରାଜନୈତିକ ସ୍ତରରେ ଖୁବ ଚର୍ଚା ଧରିଛି । କଂଗ୍ରେସ ନେତା ଦିଗବିଜୟ ସିଂହ ପ୍ଲାଟଫର୍ମ ଟିକଟ ଦ୍ୱାରା ବୃଦ୍ଧିକୁ ନେଇ ଟ୍ୱିଟ କରିଛନ୍ତି ଯେ କଂଗ୍ରେସ ସମୟରେ ପ୍ଲାଟଫର୍ମ ଟିକଟ ୩ ଟଙ୍କା ଥିଲା ,କିନ୍ତୁ ଭାଜପା ସମୟରେ ଏହା ୫୦ ଟଙ୍କା ହୋଇଛି । ପ୍ଲାଟଫର୍ମ ଟିକଟର ସମୟ ଅବଧି ଦୁଇଘଣ୍ଟା ପାଇଁ ରହିଥାଏ । ଏହାର ଅର୍ଥ ଯଦି ଆପଣ ପ୍ଲାଟଫର୍ମ ଟିକଟ କିଣୁଛନ୍ତି ନିଜର କେଉଁ ବନ୍ଧୁଙ୍କୁ ଛାଡିବାକୁ ଯିବା ପାଇଁ ତେବେ ଆପଣ ଦୁଇ ଘଣ୍ଟା ପର୍ଯ୍ୟନ୍ତ  ରହି ପାରିବେ ।

Leave A Reply

Your email address will not be published.

fifteen − 3 =

error: Content is protected !!
Open chat