ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଫେସ୍‌ବୁକ୍‌ରେ ଧମକ ଦେଇଥିବା ଅଭିଯୋଗ : ରାଜଦ୍ରୋହ ମାମଲାରେ ସାଲେପୁର ଅଞ୍ଚଳରୁ ଯୁବକ ଗିରଫ

0 549
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୪/୦୯:ରାଜଦ୍ରୋହ ମାମଲାରେ  ସାଲେପୁର ଅଞ୍ଚଳରୁ ଜଣେ ଯୁବକକୁ ଗିରଫ କରାଯାଇଥିବା ଜଣାପଡ଼ିଛି।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜଣେ ଯୁବକ ଫେସ୍‌ବୁକ୍‌ରେ ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ଏହାସହିତ ଏହି ଯୁବକ ଜଣକ ଉତ୍ତର ପ୍ରଦେଶର ହିନ୍ଦୁ ସଂଗଠନ ନେତାଙ୍କୁ ମଧ୍ୟ ଧମକ ଦେଇଥିବା ଅଭିଯୋଗ ଆସିଥିଲା। ସୋସିଆଲ୍‌ ମିଡ଼ିଆ ‘ଫେସ୍‌ବୁକ୍‌’ରେ ପ୍ରଧାନମନ୍ତ୍ରୀ ଓ ୟୁପି ମୁଖ୍ୟମନ୍ତ୍ରୀଙ୍କୁ ଧମକ ଦିଆଯିବା ଘଟଣାର ତଦନ୍ତ ଆରମ୍ଭ କରିଥିଲା ଉତ୍ତରପ୍ରଦେଶ ବାଗ୍‌ପତ୍‌ ଜିଲା ସିଂହବାଲି ପୁଲିସ।

ଫେସ୍‌ବୁକ୍‌ରେ ପ୍ରଧାନମନ୍ତ୍ରୀ ଓ ୟୁପି ମୁଖ୍ୟମନ୍ତ୍ରୀଙ୍କୁ ଧମକ ଅଭିଯୋଗରେ ରାଜଦ୍ରୋହ ମାମଲାରେ ସାଲେପୁର ଥାନା କୁଶମ୍ଭୀ ଗାଁରୁ ଉତ୍ତରପ୍ରଦେଶ ବାଗ୍‌ପତ୍‌ ଜିଲା ସିଂହବାଲି ପୁଲିସ ଏହି ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକଙ୍କ ନାମ ସୟଦ୍‌ ହାସନ୍‌ ଅହମ୍ମଦ ବୋଲି ଜଣାପଡ଼ିଛି। ସୟଦ ହାସନ୍‌ ଅହମ୍ମଦଙ୍କୁ ଦଫା ୧୨୪(କ), ୫୦୭, ୫୦୪, ୩୫୩(କ)ରେ ପୁଲିସ ଗିରଫ କରିଛି।

Leave A Reply

Your email address will not be published.

3 × two =

error: Content is protected !!
Open chat