ଫେସବୁକ ଯଦି ବେଶୀ ପସନ୍ଦ ତେବେ ଚାକିରି ଛାଡ଼ିଦିଅ : ଦିଲ୍ଲୀ ହାଇକୋର୍ଟ

0 301
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୬/୦୭: ସରକାରଙ୍କ ନିର୍ଦେଶକୁ ବିରୋଧ କରି ଫେସବୁକ୍ ବ୍ୟବହାର କରିବାକୁ ଅଦାଲତରେ ପହଞ୍ଚିଥିବା ଜଣେ ବରିଷ୍ଠ ସାମରିକ ଅଧିକାରୀଙ୍କୁ ଦିଲ୍ଲୀ ହାଇକୋର୍ଟ ଅତ୍ୟନ୍ତ କଠୋର ବାଣୀ ଶୁଣାଇଛନ୍ତି । ଅଦାଲତ କହିଛନ୍ତି ଯେ ଯଦି ଆପଣଙ୍କୁ ଫେସବୁକ୍ ବେଶୀ ପସନ୍ଦ ତେବେ ଆପଣ ଚାକିରି ଛାଡ଼ି ଦିଅନ୍ତୁ । ଅଫିସରଜଣକ ଅଦାଲତରେ ଫେସବୁକ୍ ଡ଼ାଟା ନ ଉଡ଼ାଇବା ପାଇ୍ଁ ଆବେଦନ କରିଥିଲେ ଓ ଫେସବୁକ୍ ଡ଼ାଟା ଉଡ଼ାଇ ଦେଲେ ସମସ୍ତ ବନ୍ଧୁମାନଙ୍କ ସମ୍ପର୍କ ହରାଇବେ ବୋଲି ଯୁକ୍ତି ବାଢ଼ିଥିଲେ ।


ଭାରତୀୟ ଯବାନଙ୍କୁ ସୋସିଆଲ ମିଡ଼ିଆ ସହ ୮୯ ଆପ୍ ମୋବାଇଲରୁ ବାହାର କରିଦେବାକୁ ନିର୍ଦେଶ ଦିଆଯାଇଛି । ଏହା ବିରୋଧରେ ଏହି ସାମରିକ ଅଧିକାରୀ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ । ଏହି ମାମଲାର ପରବର୍ତୀ ଶୁଣାଣି ଜୁଲାଇ ୨୧ ତାରିଖରେ ହେବ ଏବଂ ବିଚାର କରୁଥିବା ବେଞ୍ଚ ସଲିସିଟର ଜେନେରାଲ ଚେତନ ଶର୍ମାଙ୍କୁ ସିଲବନ୍ଦ ଲଫାପାରେ ଆପ୍ ସଂକ୍ରାନ୍ତ ନିୟମ ଏହା ପୂର୍ବରୁ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି ।

ଲେଫ୍ଟନାଣ୍ଟ କର୍ନେଲ ପି.କେ.ଚୌଧୁରୀ ଦାୟ କରିଥିଲେ ଆବେଦନ

ଜଷ୍ଟିସ ରାଜୀବ ସହାୟ ଓ ଜଷ୍ଟିସ ଆଶା ମେନନ ବେଞ୍ଚ ବୁଧବାର ଲେଫ୍ଟନାଣ୍ଟ କର୍ନେଲ ପି.କେ.ଚୌଧୁରୀଙ୍କ ମାମଲାର ଶୁଣାଣି କରିଥିଲେ । ଚୌଧୁରୀ ନିଜ ଆବେଦନପତ୍ରରେ ଦର୍ଶାଇଥିଲେ ଯେ ଅଦାଲତ ସାମରିକ ଗୁଇନ୍ଦା ସଂସ୍ଥାର ମହାନିର୍ଦେଶକଙ୍କୁ ସୋସିଆଲ ମିଡ଼ିଆ ସଂକ୍ରାନ୍ତ ନିର୍ଦେଶନାମା ଅପସାରଣ କରିବାକୁ ନିର୍ଦେଶ ଦିଆଯାଉ ।

ଅଦାଲତ କହିଲେ – ଆପଣଙ୍କ ଆକାଉଣ୍ଟ ବନ୍ଦ କରନ୍ତୁ 

ବିଚାରକାଳରେ ଅଦାଲତ ଅଫିସରଙ୍କୁ ତାଙ୍କ ଫେସବୁକ୍ ଆକାଉଣ୍ଟ ବନ୍ଦ କରିବାକୁ ପରାମର୍ଶ ଦେଇଛନ୍ତି । ଆର୍ମିରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମକୁ ବନ୍ଦ କରାଯାଇଛି ।  ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ଆପଣଙ୍କୁ ଫେସବୁକ ଆକାଉଣ୍ଟ ବନ୍ଦ କରିବାକୁ ପଡ଼ିବ । ଯଦି ଆପଣଙ୍କୁ ଫେସବୁକ୍ ବେଶୀ ପସନ୍ଦ, ତେବେ ଆପଣ ଚାକିରି ଛାଡ଼ିଦେବା ଆବଶ୍ୟକ ବୋଲି ଅଦାଲତ ଶ୍ରୀ ଚୌଧୁରୀଙ୍କୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.

nineteen − 9 =

error: Content is protected !!
Open chat