କଳିଙ୍ଗ ଜ୍ୟୋତି ବ୍ୟୁରୋ ସାହାରନପୁର ୦୭/୦୯ : କରୋନା ଭାଇରସ୍ ପାଇଁ ସାରା ବିଶ୍ବ ଆତଙ୍କିତ ହୋଇ ପଡିଛି। ସାମାଜିକ ଦୂରତ୍ବ ଏବଂ ମାସ୍କ ବ୍ୟବହାର ପାଇଁ ସରକାର ଦେଉଛନ୍ତି ପରାମର୍ଶ। କରୋନା ସଂକ୍ରମଣକୁ ଦୂର କରିବା ପାଇଁ ମାସ୍କ ଖୁବ୍ ଦରକାରୀ। ଏହାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶର ସାହାରନପୁରରେ ଲଗାଯାଇଛି ଫେସ୍ ମାସ୍କ ଏଟିଏମ। ଏଭଳି ପ୍ରାୟ ୫ଟି ଏଟିଏମ ରହିଛି।
ଏହି ଏଟିଏମ ମେସିନର ଉଦାଘାଟନ କରିଥିଲେ ମେୟର ସଞ୍ଜିବ ଓ୍ବାଲିଆ। ଏହି ମେସିନରେ ଲୋକଙ୍କୁ ୫ଟଙ୍କିଆ କଏନ୍ ପକାଇବା ପରେ ସହଜରେ ମାସ୍କ ମିଳିପାରିବ। ଏହି ମେସିନ୍ ସହରର ଅନ୍ୟ କିଛି ସାର୍ବଜନିକ ସ୍ଥାନରେ ମଧ୍ୟ ଲଗାଯିବାର ଚେଷ୍ଟା କରାଯାଉଛି। ମାସ୍କ ଏଟିଏମକୁ ତିଆରି କରିଥିବା କମ୍ପାନୀ ନିର୍ଦେଶକ ବିନୀତ ଗୋୟଲ ଓ ପ୍ରଦୀପ ଟୁଟେଜାଙ୍କ କହିବା ଅନୁସାରେ, ଏହି ମେସିନ୍ ସମ୍ପୂର୍ଣ୍ଣ ସ୍ବଦେଶୀ ଓ ସୁତାରେ ତିଆରି ମାସ୍କ ରହିଛି, ଯାହାକୁ ଧୋଇ ପୁଣି ବ୍ୟବହାର କରିହେବ।