କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୨/୦୭ ମୁମ୍ବାଇ: ବଚ୍ଚନ ପରିବାର ଆଉ ଦୁଇ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କ କୋଭିଡ୍-୧୯ ରିପୋର୍ଟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରିପୋର୍ଟ ପଜିଟିଭ୍ ଆସିବା ନେଇ BMC ସହକାରୀ କମିଶନ ସୂଚନା ଦେଇଛନ୍ତି। ବୋହୂ ଆଉ ନାତୁଣୀଙ୍କୁ ମିଶାଇ ଅମିତାଭ ବଚ୍ଚନଙ୍କ ପରିବାରର ୪ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ତେବେ ଅମିତାଭଙ୍କ ପତ୍ନୀ ଜୟା ବଚ୍ଚନଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଥିବା ନେଇ ସୂଚନା ମିଳିଛି।
ଗତକାଲି ଅମିତାଭ ଓ ପୁଅ ଅଭିଷେକ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅମିତାଭ କରୋନା ପଜିଟିଭ୍ ହୋଇଥିବା ନେଇ ଗତକାଲି ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଥିଲେ। ଏହାପରେ ତାଙ୍କ ପୁଅ ଅଭିଷକ ବଚ୍ଚନ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଥିଲା। ତେବେ ଘରର ଅନ୍ୟ ସଦସ୍ୟ ବହୂ ଐଶ୍ୱର୍ଯ୍ୟା, ପତ୍ନୀ ଜୟା ଓ ନାତୁଣୀ ଆରାଧ୍ୟ୍ୟାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ତାଙ୍କର ଦ୍ୱିତୀୟ ପର୍ଯ୍ୟାୟ ଟେଷ୍ଟରେ ଉଭୟ ଐଶ୍ୱର୍ଯ୍ୟା ତାଙ୍କ ଝିଅ ଆରାଧ୍ୟା କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ବିଏମ୍ସି ସୂଚନା ଦେଇଛି।
ତେବେ ଆଜି ସକାଳୁ ଅମିତାଭ ବଚ୍ଚନ ବଙ୍ଗଳାକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କଲା ବିଏମ୍ସି(ବ୍ରିହାନମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ)। ଏ ନେଇ ଅମିତାଭଙ୍କ ବଙ୍ଗଳା ଜଲ୍ସା ବାହାରେ ବିଏମ୍ସି ନୋଟିସ୍ ମାରି କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରିଛି। ଏଥିସହିତ ଉକ୍ତ ଅଞ୍ଚଳକୁ ସାନିଟାଇଜ୍ କରିବା ଆରମ୍ଭ କରିଦେଇଛି ବିଏମ୍ସି।