ରାଜନୈତିକ ସଙ୍କଟ ମଧ୍ୟରେ ରାଜସ୍ଥାନ ସରକାର : ସହଯୋଗୀ ବିଧାୟକଙ୍କୁ ନେଇ ଦିଲ୍ଲୀରେ ପାଇଲଟ୍, ଅନୁସରଣ କରିବେ କି ସିନ୍ଧିଆଙ୍କ ପଦାଙ୍କ ?

0 426
greentech

ଜୟପୁର / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୨ା୭ : ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଛି । ଉଭୟଙ୍କ ଝଗଡା ଏବେ ଦିଲ୍ଲୀରେ ପହଞ୍ଚିଛି । ରାଜନୈତିକ ସଙ୍କଟ ନେଇ ହାଇକମାଣ୍ଡଙ୍କ ସହ ଆଲୋଚନା ହୋଇପାରେ ବୋଲି ସମ୍ଭାବନା ରହିଛି । ଅନ୍ୟପଟେ ରାଜସ୍ଥାନରେ କଂଗ୍ରେସ ଅନ୍ତଃକନ୍ଦଳ ଓ ରାଜନୈତିକ ସଙ୍କଟ ପ୍ରସଙ୍ଗରେ ନିଜର ସହଯୋଗୀ ବିଧାୟକଙ୍କୁ ଧରି ଦିଲ୍ଲୀ ପହଞ୍ଚିଛନ୍ତି ସଚିନ୍ ପାଇଲଟ୍ । ଏନେଇ ଦିନକ ଆଗରୁ ବରିଷ୍ଠ ନେତା ଅହମଦ ପଟେଲଙ୍କୁ ଭେଟିଥିଲେ ସଚିନ୍ । ତେବେ ସଚିନଙ୍କ ସପକ୍ଷରେ ୨୩ ବିଧାୟକ ଥିବା ସୂଚନା ମିଳିଛି ।

ତେବେ ଉପମୁଖ୍ୟମନ୍ତ୍ରୀ ସଚିନଙ୍କୁ ନୋଟିସ୍ ପଠାଇଛି ରାଜସ୍ଥାନ ପୋଲିସ । ବୟାନ ରେକର୍ଡ ପାଇଁ ହାଜର ହେବାକୁ ଏସଓଜି ପକ୍ଷରୁ ନୋଟିସ୍ ଜାରି ହୋଇଛି । ସରକାରରେ ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ୟମ ହୋଇଛି ବୋଲି ଅଭିଯୋଗ ହୋଇଛି । ମଧ୍ୟପ୍ରଦେଶ ପରେ ଏବେ ରାଜସ୍ଥାନରେ କଂଗ୍ରେସ ଦଳର ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି ।

Leave A Reply

Your email address will not be published.

four × 1 =

error: Content is protected !!
Open chat