ବଡଦିନ ଓ ନୂଆବର୍ଷ ପାଇଁ କଟକଣା ଜାରି

0 417
greentech

ଭୁବନେଶ୍ୱର ୨୪/୧୨/୨୦୨୧ କଳିଙ୍ଗ ଜ୍ୟୋତି : ବଡଦିନ ଓ ନୂଆବର୍ଷ ପାଇଁ କଟକଣା । ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଡିସେମ୍ବର ୨୫ ରୁ ଜାନୁଆରୀ ୨ ଯାଏଁ ଏହି କଟକଣା ଆଜି ଲାଗୁ କରାଯାଇଛି । ବଡଦିନ ପାଳନ କେବଳ ଚର୍ଚ୍ଚ ଭିତରେ ସୀମିତ ରହିବା ପାଇଁ ନିର୍ଦେଶ ଦିଆଯାଇଛି । କୋଭିଡ କଟକଣାରେ ସର୍ବାଧିକ ୫୦ ଜଣଙ୍କୁ ନେଇ ବଡଦିନ ପାଳନ ପାଇଁ ଅନୁମତି ପ୍ରଦାନ କରାଯାଇଛି । ଜିଲା ପ୍ରଶାସନ/ଏମସି/ସ୍ଥାନୀୟ ପ୍ରଶାସନର ଅନୁମତିରେ ବଡଦିନ ପାଳନ କରାଯିବ । ଜିରୋ ନାଇଟ୍‌ ସେଲିବ୍ରେସନକୁ ବାରଣ କରାଯାଇଛି । ହୋଟେଲ,କ୍ଲବ,ରେସ୍ତୋରାଁ ଆଦିରେ ନୂଆ ବର୍ଷକୁ ସ୍ୱାଗତ ବାରଣ କରାଯାଇଛି । ବାହାଘର ବ୍ୟତୀତ ସମସ୍ତ ପ୍ରକାର ଉସôବ ଉପରେ ରୋକ୍‌ ଲଗାଯାଇଛି ।
ସେହିପହି କୋଭିଡ -୧୯ କଟକଣା ଭିତରେ ଶେଷକୃତ୍ୟ ପାଇଁ ଅନୁମତି ମିଳିଛି । ସମସ୍ତ ପ୍ରକାର ମିଳିତ ଭୋଜି ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି । ରାଲି, ନାଚ,ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ କରାଯାଇଛି । ଜିଲ୍ଲାପାଳ /କମିଶନରେଟ୍‌ ପୁଲିସ /ଏମସିକୁ ନିୟମ ଲାଗୁ ପାଇଁ ନିର୍ଦେଶ ଦିଆଯାଇଛି । ଦରକାର ପଡିଲେ ଅଧିକ କଟକଣା ପାଇଁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି ।

Leave A Reply

Your email address will not be published.

11 − six =

error: Content is protected !!
Open chat