ବଢ଼ୁଛି ମମତାଙ୍କ ଅଡ଼ୁଆ: ବନ ମନ୍ତ୍ରୀ ରାଜୀବ ବାନାର୍ଜୀ ଦେଲେ ପଦରୁ ଇସ୍ତଫା

0 315
greentech

ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ଓ ତୃଣମୂଳ ସମସ୍ୟା ବଢ଼ିବାରେ ଲାଗିଛି । ପୂର୍ବରୁ କିଛି ସାଂସଦ ଓ ବିଧାୟକ ଦଳ ଛାଡ଼ିଥିଲେ । ଏହାପରେ ଅଧିକାରୀ ଭ୍ରାତା ମମତାଙ୍କୁ ଛାଡ଼ି ଚାଲିଯିବା ପରେ ଜଣକ ପରେ ଜଣେ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେବାରେ ଲାଗିଛନ୍ତି । ଆଉ ୩ ମାସ ପରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ମନ୍ତ୍ରୀମାନଙ୍କ ଇସ୍ତଫା ଓ ଦଳତ୍ୟାଗ ମମତା ବାନାର୍ଜୀଙ୍କୁ ଅଡ଼ୁଆରେ ପକାଇଛି । ଏହିକ୍ରମରେ  ଶୁକ୍ରବାର ପଶ୍ଚିମବଙ୍ଗର ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି ରାଜୀବ।  ମୁଁ ତୁରନ୍ତ କ୍ୟାବିନେଟ ମନ୍ତ୍ରୀ ପଦ (ବନ ମନ୍ତ୍ରଣାଳୟ) ରୁ ଇସ୍ତଫା ଦେଉଛି । ମୋର କାର୍ଯ୍ୟକାଳ ମଧ୍ୟରେ ମୁଁ ବଙ୍ଗଳାବାସୀଙ୍କ ପାଇଁ ସେବା କରିବାର ସୁଯୋଗ ପାଇଥିବା ମୋ ସୌଭାଗ୍ୟ ଏବଂ ସମ୍ମାନର ବିଷୟ । ମୋତେ ଏହି ସୁଯୋଗ ଦେଇଥିବାରୁ ଆପଣଙ୍କୁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି ବୋଲି ରାଜୀବ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିବା ସହ ଏହାର ନକଲ ରାଜ୍ୟପାଳଙ୍କ ନିକଟକୁ ପଠାଇଛନ୍ତି । । ରାଜ୍ୟପାଳ  ଏହି ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି ।

ଅନ୍ୟପକ୍ଷରେ ରାଜୀବ ବାନାର୍ଜୀ ଗଣମାଧ୍ୟମକୁ କହିଛନ୍ତି ଯେ  ମୁଁ ଅତ୍ୟଧିକ ବିବ୍ରତ ଏବଂ ମାନସିକ ସ୍ତରରେ ଆଶାନ୍ତ ଅଛି । ଯେଉଁଥିପାଇଁ ମୋତେ ଏହି ପଦକ୍ଷେପ ନେବାକୁ ପଡିଲା । ଏହି ପଦକ୍ଷେପ ନେବା ପରେ ମଧ୍ୟ ମୋ ମାନସିକ ପରିସ୍ଥିତି ଠିକ୍ ନାହିଁ । ବହୁ ବର୍ଷର ମାର୍ଗଦର୍ଶନ ପାଇଁ ମୁଁ ମମତା ବାନାର୍ଜୀଙ୍କ ନିକଟରେ କୃତଜ୍ଞ । ମୁଁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି, କିନ୍ତୁ ମୁଁ ବଙ୍ଗଳାବାସୀଙ୍କ ପ୍ରତି ମୋର ପ୍ରତିବଦ୍ଧତା ରହିଛି ।

Leave A Reply

Your email address will not be published.

4 × 1 =

error: Content is protected !!
Open chat