ବଢିଲା ବସ ଭଡା : ଡିଲକ୍ସ ଓ ଏସି ଡିଲକ୍ସ ବସ କିଲୋମିଟର ପିଛା ୨ ପଇସା ବୃଦ୍ଧି

0 239
greentech

ଭୁବନେଶ୍ୱର: ରାଜ୍ୟ ସରକାର ବସ୍ ଭଡ଼ା ବଢ଼ାଇ ଦେଇଛନ୍ତି। ତେଲ ଦର ବଢ଼ିଥିବାରୁ ବସ୍ ଭଡ଼ା ବଢ଼ା ଯାଇଛି। ସାଧାରଣ ଓ ଏକ୍ସପ୍ରେସ ବସଭଡ଼ା କିଲୋମିଟର ପିଛା ୧ ପଇସା ଓ ଡିଲକ୍ସ ଏବଂ ଏସି ଡିଲକ୍ସ ବସଭଡ଼ା କିଲୋମିଟର ପିଛା ୨ ପଇସା ବଢ଼ାଇଛନ୍ତି। ସାଧାରଣ ବସ୍ ଭଡ଼ା ୭୨ରୁ ବଢ଼ି ୭୩ ପଇସା ହୋଇଥିବା ବେଳେ ଏକ୍ସପ୍ରେସ ଭଡ଼ା କିମି ୭୫ ପଇସାରୁ ବଢ଼ି ୭୬ ପଇସା ହୋଇଛି। ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୦୫ରୁ ବଢ଼ି ୧ ଟଙ୍କା ୦୭ ହୋଇଥିବା ବେଳେ ଏସି ଡିଲକ୍ସ କିମି ପିଛା ୧ଟଙ୍କା ୨୭ରୁ ବଢ଼ି ୧ଟଙ୍କା ୨୯ ହୋଇଛି। ତୈଳ ଦର ବୃଦ୍ଧି ପାଇବା କାରଣରୁ ଆଜି ରାଜ୍ୟ ସରକାର ବସ୍‌ ଭଡ଼ା ବୃଦ୍ଧି କରିଛନ୍ତି ବୋଲି ଜଣାପଡ଼ିଛି।
ଦେଶରେ କିଛିଦିନ ହେଲା ପେଟ୍ରୋଲ ଏବଂ ଡିଜେଲ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ୨୦୧୮ ସେପ୍ଟେମ୍ବର ଠାରୁ ଅର୍ଥାତ ଗତ ପ୍ରାୟ ୨ ବର୍ଷ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଦେଶରେ ‌ସର୍ବୋଚ୍ଚ ସ୍ତର ଛୁଇଁଛି। ଗତ ୧୪ଦିନରେ ତେଲ ଦର ୧୪ଗୁଣ ବଢ଼ିଲାଣି। ମୁମ୍ବାଇରେ ପେଟ୍ରୋଲ ଦର ୯୦ ଟଙ୍କାରୁ ଅଧିକ ରହିଥିବାବେଳେ ଡିଜେଲ ଦର ୮୦ ଟଙ୍କାର ଅଧିକ ରହିଛି। ସେହିପରି ଭୁବନେଶ୍ବରରେ ପେଟ୍ରୋଲ ଦର ୮୪.୦୪ଟଙ୍କା ଏବଂ ଡିଜେଲ ଦର ୮୦.୧୭ ଟଙ୍କା ରହିଛି। ସେହିପରି ବ୍ରହ୍ମପୁରରେ ପେଟ୍ରୋଲ୍‌ ଦର ୮୫.୪୨ ଏବଂ ଡିଜେଲ୍‌ ଦର ୮୧.୫୧ ରହିଥିବାବେଳେ ସମ୍ବଲପୁରରେ ପେଟ୍ରୋଲ୍‌ ଦର ୮୪.୬୮ ଏବଂ ଡିଜେଲ୍‌ ଦର ୮୦.୮୨ ରହିଛି। ଗତ ଶନିବାର ତୁଳନାରେ ରବିବାର ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ୨୯ ପଇସା ବଢ଼ିଥିବା ବେଳେ ଡିଜେଲ ଦର ୩୧ ପଇସା ବଢ଼ିଛି। ଡିଜେଲ ଦର ବଢ଼ିଥିବାରୁ ରାଜ୍ୟ ପରିବହନ ବିଭାଗ ବସଭଡା ବୃଦ୍ଧି କରିଛି।

Leave A Reply

Your email address will not be published.

sixteen + nine =

error: Content is protected !!
Open chat