ବଣ୍ଡା ଜନଜାତିଙ୍କୁ ଏଯାଏଁ ଛୁଇଁ ପାରିନି କରୋନା ! !

0 367
greentech

ମାଲକାନଗିରି,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୬/୦୯ : ସମୁଦ୍ର ପତ୍ତନଠାରୁ ପ୍ରାୟ ୫ ହଜାର ଫୁଟ ଉଚ୍ଚରେ ଥିବା ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟି ବର୍ତମାନ ସୁଦ୍ଧା କରୋନା ଭୂତାଣୁ ମୁକ୍ତ ରହିଛି । ମାଲକାନଗିରି ଜିଲ୍ଲାରେ ଦୈନନ୍ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ହଜାରରୁ ଊର୍ଦ୍ଧ୍ୱରେ ପହଂଚିଛି । ଇତି ମଧ୍ୟରେ ଖଇରପୁଟ ବ୍ଲକର ଅନ୍ୟାନ୍ୟ ପଂଚାୟତରେ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବଣ୍ଡାଘାଟିରେ କେହି ସଂକ୍ରମିତ ଚିହ୍ନଟ ହୋଇନଥିବା ଜଣାପଡ଼ିଛି ।

ବଣ୍ଡାଘାଟିର ମୁଦୁଲିପଡ଼ା ଓ ଅଣ୍ଡ୍ରାହଲ ପଂଚାୟତର ୩୨ ଟି ଗ୍ରାମରେ ପ୍ରାୟ ୭ ଜଜାର ବଣ୍ଡା ଲୋକ ରହନ୍ତି । ଏମାନଙ୍କ ମଧ୍ୟରେ ଶିକ୍ଷିତ ସଂଖ୍ୟା ବହୁତ କମ ଥିବା ସତ୍ୱେ ଏହି ଅଂଚଳରେ କରୋନା ମହାମାରୀ ପହଂଚିନଥିବା ବିଷୟ ସମସ୍ତଙ୍କୁ ଚକିତ କରିଦେଇଛି । ଏହା ଅନ୍ୟ ଶିକ୍ଷିତ ସମାଜ ପାଇଁ ଏକ ଉଦାହରଣ ପାଲଟିଛି ।

ଏଠାକାର ଅଧିକାଂଶ ଲୋକ ବର୍ତମାନ ସୁଦ୍ଧା କରୋନା ମହାମାରୀ ବିଷୟରେ ଅଜ୍ଞ ଥିବାବେଳେ ସେଠାକାର କିଛି ଶିକ୍ଷିତ ଯୁବକ ସେମାନଙ୍କୁ ମାସ୍କ ବ୍ୟବହାର, ସାବୁନରେ ହାତ ଧୋଇବା, ସାମାଜିକ ଦୂରତା ରକ୍ଷା ଉପରେ ସଚେତନ କରୁଛନ୍ତି । ତେବେ କରୋନା ସଂକ୍ରମଣ ଆରମ୍ଭ ହେବା ସମୟରୁ ପ୍ରାୟତଃ ସେମାନେ ଖଇରପୁଟ ଆସୁନଥିବାବେଳେ ଜିଲ୍ଲା ପ୍ରଶାସନର ନିୟମକୁ ପାଳନ କରୁଛନ୍ତି । ଏହା ବ୍ୟତୀତ ବଣ୍ଡା ଜନଜାତିର ଲୋକେ ଅଧିକ ଶାରୀରିକ କାର୍ଯ୍ୟ କରିଥାନ୍ତି ।

ସେହିପରି ନିଜ ଉତ୍ପାଦିତ ଶସ୍ୟ ଧାନ, ବାଜରା, ମାଣ୍ଡିଆ ଖାଦ୍ୟରେ ଗ୍ରହଣ କରିବା ସହ ପ୍ରକୃତି ଜାତ ଖାଦ୍ୟ ବ୍ୟବହାର କରିଥାନ୍ତି । ଏହି ଅଂଚଳକୁ ଗମନାଗମନର ସୁବିଧା ନଥିବାରୁ ସେମାନେ ପ୍ରାୟ ୨୨ କିଲୋମିଟର ପାହାଡ଼ ପର୍ବତ ପଥ ଅତିକ୍ରମ କରି ଖଇରପୁଟ ଆସିଥାନ୍ତି । ଏହାଦ୍ୱାରା ସେମାନଙ୍କର ସାଧାରଣ ମନୁଷ୍ୟ ଅପେକ୍ଷା ରୋଗ ପ୍ରତିରୋଧକ କ୍ଷମତା ଅଧିକ ବୋଲି ମଧ୍ୟ ଅନେକ ବୋଲି ମତ ଦେଇଛନ୍ତି । ତେବେ ନିୟୁଟ୍ରି ଗାର୍ଡେନ ମାଧ୍ୟମରେ ସେମାନଙ୍କୁ ପ୍ରୋଟିନ ଯୁକ୍ତ ଖାଦ୍ୟ ମିଳିପାରୁଛି ବୋଲି ଖଇରପୁଟ ବିଡିଓ ହୃଦା ରଞ୍ଜନ ସାହୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

5 × 1 =

error: Content is protected !!
Open chat