ବହୁ ଚର୍ଚ୍ଚିତ ଦୁଇ ଦାଦନଙ୍କ ହାତ କଟା ଘଟଣା: ଶେଷ ଅଭିଯୁକ୍ତକୁ ୧୦ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଦଣ୍ଡିତ କଲେ କୋର୍ଟ

0 385
greentech

ଧର୍ମଗଡ ୧୯/୦୭/୨୦୨୧ କଳିଙ୍ଗ ଜ୍ଯୋତି : କଳାହାଣ୍ଡି ଜିଲ୍ଲାରେ ଗତ ୨୦୧୩ ମସିହାରେ ୨ ଦାଦନ ଶ୍ରମିକଙ୍କୁ ନିର୍ଯ୍ୟାତନା ଦିଆଯିବା ସହିତ ହାତ କଟାଯିବା ଘଟଣାରେ ଶେଷ ଅଭିଯୁକ୍ତ ପର୍ଶୁରାମ ନାଏକଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ  ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ବନ୍ଦନା କର । ଗତ ୨୦୧୩ ମସିହାରେ କଳାହାଣ୍ଡି ଜିଲ୍ଲାର କିଛି ଦାଦନଙ୍କୁ ହାଇଦ୍ରାବାଦ ନିଆଯାଉଥିଲା । ଏହାକୁ ୨ ଦାଦନ ନିଳାମ୍ବର ଧଙ୍ଗଡାମାଝୀ ଓ ଦିଆଲୁ ନିଆଲ ବିରୋଧ କରିଥିଲେ । ସେଥି ମଧ୍ୟରୁ କିଛି ଦାଦନ ଖସି ପଳେଇ ଆସିବାରେ ସକ୍ଷମ ହୋଇଥିଲେ ।

ତେବେ ଦାଦନ ସର୍ଦାର ଓ ତାର କିଛି ସହଯୋଗୀ ଏମାନଙ୍କୁ ଗୋଟିଏ ଘରେ ରଖି ନିର୍ଯ୍ୟାତନା ଦିଆଯିବା ସହିତ ୨୦୧୩  ମସିହା ଡିସେମ୍ବର ୧୩ ତାରିଖରେ କଳାହାଣ୍ଡି-ବଲାଙ୍ଗୀର ସୀମାର ଏକ ସାଗୁଆନ ଜଙ୍ଗଲରେ ଏହି ଦୁଇ ଦାଦନଙ୍କ ହାତ କାଟି ଦେଇଥିଲେ। ଏହି ଲୋମହର୍ଷଣକାରୀ ଘଟଣା ସମଗ୍ର ଦେଶରେ ଚହଳ ପକାଇଥିଲା । ଏହି ଘଟଣାରେ ଗତ ୨୪/୧୨/୨୦୧୬ ତାରିଖରେ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ, ଧର୍ମଗଡ ୮ ଜଣ ଅଭିଯୁକ୍ତ ବିମଳ ରାଉତ, ମଣ୍ଟୁ ନିଆଲ, ଜୟସେନ ଠେଲା, ଅର୍ଜୁନ ଭୋଇ, ବନ ମାଝୀ, ବୈକୁଣ୍ଠ ରାଉତ, ଗଙ୍ଗାଧର ଦାସ ଓ ପରମେ ତୁଣ୍ଡିଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

ତେବେ ଏହି ସମୟରେ ପର୍ଶୁରାମ ମାଝି ନାମକ ଅଭିଯୁକ୍ତ ଫେରାର ହୋଇ ଯାଇଥିଲା। ଓ ପରେ ଜୟପାଟଣା ପୁଲିସ ପର୍ଶୁରାମ ମାଝୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଆଜି ସମସ୍ତ ସାକ୍ଷୀ ଓ ପ୍ରମାଣକୁ ଭିତ୍ତି କରି ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ବନ୍ଦନା କର ଶେଷ ଅଭିଯୁକ୍ତ ପର୍ଶୁରାମ ମାଝୀକୁ ୧୦ ବର୍ଷ ଜେଲଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଏହି ମାମଲାକୁ ସରକାରୀ ଓକିଲ ଥବିର ପ୍ରସାଦ ସାହୁ ପରିଚାଳନା କରିଥିଲେ।

Leave A Reply

Your email address will not be published.

5 × 5 =

error: Content is protected !!
Open chat