ବହୁ ପ୍ରତୀକ୍ଷିତ ଆଇପିଏଲ ଟୁର୍ଣ୍ଣାମେଣ୍ଟ ୨୦୨୦କୁ ସରକାର ଅନୁମତି ଦେଲେ : ୨୨୨ କୋଟି ଟଙ୍କା ଦେଇ “ଡ୍ରିମ୍‌-୧୧” ହେଲା ଟାଇଟଲ‌ ପ୍ରାୟୋଜକ

0 505
greentech

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୮/୦୮: ସେପ୍ଟେମ୍ବର ୧୯ରୁ ନଭେମ୍ବର ୮ ମଧ୍ୟରେ ସମସ୍ତ ମ୍ୟାଚ ଆୟୋଜନ କରାଯିବ। ଶେଷରେ ବହୁ ପ୍ରତୀକ୍ଷିତ ଆଇପିଏଲ ଟୁର୍ଣ୍ଣାମେଣ୍ଟ ପାଇଁ ସରକାର ଅନୁମତି ଦେଇଛନ୍ତି। ୟୁନାଇଟେଡ୍‌ ଆରବ ଏମିରେଟ୍‌ସ (ୟୁଏଇ)ରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ନଭେମ୍ବର ୮ରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲ ସୂଚନା ଦେଇଛନ୍ତି। ପଟେଲ କହିଛନ୍ତି, ଆଇପିଏଲ ୨୦୨୦ ପାଇଁ ବିସିସିଆଇ ୟୁଏଇର ୩ଟି ସ୍ଥାନକୁ ଚୂଡ଼ାନ୍ତ କରିଛି। ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ ଦୁବାଇ, ଆବୁଧାବୀ ଏବଂ ଶାରଜାହରେ ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ, ୨୦୨୦ ମାର୍ଚ୍ଚ ୨୯ରୁ ଆଇପିଏଲ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବାର ଥିଲା। କିନ୍ତୁ ଏହା ପୂର୍ବରୁ ଭାରତରେ କରୋନା ଭୂତାଣୁ ବ୍ୟାପିବା ଆରମ୍ଭ କରିବାକୁ ଟୁର୍ଣ୍ଣାମେଣ୍ଟକୁ ସାମୟିକ ଭାବେ ଏପ୍ରିଲ ୧୫ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ମାତ୍ର ଏପ୍ରିଲ ୧୬ରେ ବିସିସିଆଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହାକୁ ସ୍ଥଗିତ କରିଦେଇଥିଲା। କିନ୍ତୁ ୨ଟି ବଡ଼ ଟୁର୍ଣ୍ଣାମେଣ୍ଟ ଏସିଆ କପ୍‌ ଏବଂ ଆଇସିସି ଟି-୨୦ ବିଶ୍ଵକପ୍‌କୁ ବନ୍ଦ କରାଯିବା ପରେ ଆଇପିଏଲ ଟୁର୍ଣ୍ଣାମେଣ୍ଟ ପାଇଁ ବାଟ ଖୋଲିଥିଲା।

ସେହିପରି, ଆଇପିଏଲ ୨୦୨୦ର ଟାଇଟଲ‌ ପ୍ରାୟୋଜକ ହେଲା ଡ୍ରିମ୍‌-୧୧। ବିସିସିଆଇ ପକ୍ଷରୁ ନୂଆ ଟାଇଟଲ ପ୍ରାୟୋଜକ ପାଇଁ ଟେଣ୍ଡର ଆହ୍ୱାନ କରିଯାଇଥିଲା । ଆଇପିଏଲ୍‍ର ଟାଇଟଲ ପ୍ରାୟୋଜନ ପାଇଁ ବହୁ ଭାରତୀୟ କମ୍ପାନୀ ଯେଉଁଥିରେ ଟାଟା ସନ୍‍ସ, ପତଞ୍ଜଳି ଆୟୁର୍ବେଦ, ବାଇଜୁସ୍‍, ଅନ୍‍ଏକାଡେମୀ ଓ ଅନ୍‍ଲାଇନ୍‍ ଗେମିଂ ୱେବ୍‍ସାଇଟ୍‍ ଡ୍ରିମ୍‍ ୧୧ ସାମିଲ ଥିଲେ। କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ଅନ୍‍ଲାଇନ୍‍ ଗେମିଂ ୱେବ୍‍ସାଇଟ୍‍ ଡ୍ରିମ୍‍ ୧୧ ଆଗଭର ହୋଇ ବିସିସିଆଇକୁ ୨୨୨ କୋଟି ଦେଇ ଆଇପିଏଲ ଟାଇଟଲ୍‌ ପ୍ରୟୋଜକ ହାତେଇଥିବା ସୂଚନା ଦେଇଛନ୍ତି ଆଇପିଏଲ ଚେୟାରମେନ୍ ବିଜେଶ ପଟେଲ। ସୂଚନାଯୋଗ୍ୟ ଏହି ସଂସ୍କରଣ ଲାଗି ଆଉ ଏକ ଟାଇଟଲ ପ୍ରାୟୋଜକ ଖୋଜୁଥିଲା ବିସିସିଆଇ। ଭିଭୋ ବିସିସିଆଇକୁ ବାର୍ଷିକ ୪୪୦ କୋଟି ଟଙ୍କା ଦେଉଥିବା ବେଳେ କେବଳ ୪ ମାସ ଟାଇଟଲ ପ୍ରାୟୋଜକ ହେବା ପାଇଁ କୌଣସି କମ୍ପାନୀ ଏତେ ଅର୍ଥ ଦେବେନାହିଁ। ତେବେ ଏହାର ୫୦/୬୦ ପ୍ରତିଶତ ମଧ୍ୟ ବିସିସିଆଇ ପାଇଁ ଗ୍ରହଣୀୟ ହେବ। ଚୀନ୍‍ର ମୋବାଇଲ୍‍ ଫୋନ୍‍ ନିର୍ମାତା କମ୍ପାନୀ ଭିଭୋ ଚଳିତବର୍ଷ ପାଇଁ ଆଇପିଏଲ୍‍ର ଟାଇଟଲ ପ୍ରାୟୋଜନରୁ ଓହରି ଯାଇଥିଲା। ଭାରତ-ଚୀନ୍‍ ସୀମା ବିବାଦ ପରେ ଚୀନ୍‍ ସାମଗ୍ରୀକୁ ଦେଶରେ ପ୍ରବଳ ବିରୋଧ ପରେ ଭିଭୋ-ବିସିସିଆଇ ଗୋପନ ରାଜିନାମା ବଳରେ ଏପରି ହୋଇଛି। ଚଳିତବର୍ଷ ସେପ୍ଟେମ୍ବର ୧୯ରୁ ୟୁଏଇରେ ଆଇପିଏଲ୍‍ ଖେଳାଯିବ।

Leave A Reply

Your email address will not be published.

six + eight =

error: Content is protected !!
Open chat