ଭୁବନେଶ୍ବର: ଧାମରା ପାଖରେ ବାତ୍ୟା ୟସ ସ୍ଥଳଭାଗ ଅତିକ୍ରମ କରିବ। ୨୬ ତାରିଖ ଭୋର ସୁଦ୍ଧା ଧାମରା ପାଖରେ କେନ୍ଦ୍ରୀଭୂତ ହେବ। ଧାମରାର ଉତ୍ତରକୁ ଓ ବାଲେଶ୍ବରର ଦକ୍ଷିଣକୁ ସ୍ଥଳଭାଗ ଅତିକ୍ରମ କରିବ। ବାତ୍ୟାର ଆଖି ଧାମରା ଓ ବାଲେଶ୍ବର ଭିତରେ ଅତିକ୍ରମ କରିବ। ବାତ୍ୟା ରିକର୍ଭ କରି ପଶ୍ଚିମବଙ୍ଗ ଆଡକୁ ଯିବାର ସମ୍ଭାବନା ନାହିଁ ବୋଲି ଭାରତୀୟ ପାଣିପାଗ ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଓଡ଼ିଶା ଉପକୂଳକୁ ଧୀରେ ଧୀରେ ପାଖେଇ ଆସୁଛି ବାତ୍ୟା ୟସ। ଏବେ ପାରାଦ୍ବୀପଠାରୁ ୨୦୦ କିଲୋମିଟର ଦୂରରେ ରହିଛି ବାତ୍ୟା ୟସ। ବାତ୍ୟା ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ବଢୁଥିବା ସେ ପ୍ରକାଶ କରିଛନ୍ତି।
୨୬ ତାରିଖ ସକାଳୁ ବାତ୍ୟାର ପ୍ରଭାବ ଉପକୂଳରେ ପଡ଼ିବ। ସ୍ଥଳଭାଗ ଛୁଇଁବାର ପୂର୍ବ ଓ ପର ୬ ଘଣ୍ଟା ଅତି ଗୁରୁତ୍ବପୂର୍ଣ୍ଣ। ଆଜି ମଧ୍ୟ ରାତ୍ରୀରୁ ୮୦ରୁ୯୦ କିଲୋମିଟର ବେଗରେ ପବନ ବହିବ। ଆସନ୍ତାକାଲି ସକାଳ ବେଳକୁ ପବନର ବେଗ ୧୫୦ରୁ ୧୬୦ କିଲୋମିଟର ରହିବ। ପାରାଦୀପଠାରୁ ୨୨୦ କିମି ଦୂରରେ ‘ୟସ’, ଘଣ୍ଟା ପ୍ରତି ୧୭ କିମି ବେଗରେ ଆଗକୁ ବଢ଼ୁଛି। ବାଲେଶ୍ବର ଠାରୁ ଦକ୍ଷିଣ, ଦକ୍ଷିଣ-ପୂର୍ବକୁ ୩୩୦ କିମି ଦୂରରେ , ପରବର୍ତ୍ତୀ ୨୪ ଘଣ୍ଟାରେ ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟାର ରୂପ ନେବ। ବାତ୍ୟା ୟାସ ପ୍ରଭାବରେ ସକାଳ ୮ଟା ସୁଦ୍ଧା ପାରାଦୀପରେ ୧୬୧.୧ ମିମି ବର୍ଷା ରେକର୍ଡ, ପାରାଦୀପ ଓ ଧାମରା ପାଇଁ ୧୦ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ବାତ୍ୟା ମୁକାବିଲା ପାଇଁ ୪୦୪ଟି ଅଭିଜ୍ଞ ଟିମ, ୧୨ ହଜାର କୁଶଳୀ ଓ ୬ ଶହରୁ ଅଧିକ ଦଳ ପ୍ରସ୍ତୁତ ରଖାଯାଇଛି। ଅପରପକ୍ଷରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ସ୍ଥାନାନ୍ତର କାର୍ଯ୍ୟ ଜାରି ରହିଥିବାବେଳେ କୋଭିଡ ସଂକ୍ରମଣ ଆଶଙ୍କାରେ କିଛି ଲୋକ ନିଜ ଘର ଛାଡିବାକୁ ନାରାଜ ରହିଥିବା ଜଣାପଡ଼ିଛି।