ବାବା ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣ ଙ୍କ ପାଇଁ ବଢିଲା ଅଡୁଆ, ଥାନାରେ ରୁଜୁ ହେଲା FIR

0 284
greentech

ବଢିଲା ରାମଦେବଙ୍କୁ ଅଡୁଆ । ରାଜସ୍ଥାନରେ ଯୋଗଗୁରୁ ବାବା ରାମଦେବ, ପତଞ୍ଜଳି ଆୟୁର୍ବେଦର ସିଇଓ ଆଚାର୍ଯ୍ୟ ବାଳକୃଷ୍ଣ ଓ ଅନ୍ୟ ତିନିଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । କରୋନା ରୋଗ ଠିକ୍‌ ହେବା ପାଇଁ ଔଷଧ ପ୍ରସ୍ତୁତ କରିଥିବା ଦାବିକୁ ବିରୋଧ କରି ଥାନାରେ FIR ରୁଜ୍ଜୁ ହୋଇଛି । ଲୋକଙ୍କୁ ଠକିବା ଅଭିଯୋଗରେ ଯୋଗ ଗୁରୁ ରାମଦେବଙ୍କ ସହ ୪ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଜୟପୁରର ଜ୍ୟୋତି ନଗର ପୋଲିସ ଷ୍ଟେସନରେ ଏନେଇ ଏଫ୍ଆଇଆର୍ ଦାଖଲ କରାଯାଇଛି ।

FIRରେ ତାଙ୍କ ସହଯୋଗୀ ତଥା ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍ ର ପରିଚାଳନା ନିର୍ଦ୍ଦେଶକ ବାଲକ୍ରିଷ୍ଣା ପତଞ୍ଜଳିର କର୍ମଚାରୀ ଅନୁରାଗ ଭାରସନି, ଜୟପୁର ସ୍ଥିତ NIMS ଅଧ୍ୟକ୍ଷ ତଥା ନିର୍ଦ୍ଦେଶକ ବଲଭୀର ସିଂ ତୋମାର ଏବଂ ଅନୁରାଗ ସିଂ ଟୋମର ଅଛନ୍ତି । ବିନା ଅନୁମୋଦନରେ କୋଭିଡ୍-୧୯ ଚିକିତ୍ସା ପାଇଁ ଆୟୁର୍ବେଦ ଔଷଧର ବଜାର ପ୍ରବେଶ କରାଇଥିବା ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି ।

ଜୟପୁରର ଜଣେ ଓକିଲ NIMS ରେ କୋଭିଡ୍ -19 ରୋଗୀଙ୍କ ଉପରେ ହୋଇଥିବା କ୍ଲିନିକାଲ୍ ପରୀକ୍ଷା ଉପରେ ପ୍ରଶ୍ନ କରିଥିଲେ। ଜୁନ୍ ୨୩ ରେ ହରିଦ୍ୱାରରେ କରୋନାକୁ ଆରୋଗ୍ୟ କରିବା ପାଇଁ ପ୍ରଥମ ଆୟୁର୍ବେଦିକ ଔଷଧ ଉନ୍ମୋଚନ କରିଥିଲେ ରାମଦେବ । ଯେଉଁଥିରେ ରାମଦେବ କହିଥିଲେ ଯେ କରୋନିଲ ଟାବଲେଟ୍, ସ୍ବସରୀ ବଟି ଏବଂ ଅନୁ ତୈଲ କରୋନା ରୋଗୀଙ୍କ କ୍ଷେତ୍ରରେ ଶତ ପ୍ରତିଶତ ଫଳପ୍ରଦ ହୋଇଛି । ପରବର୍ତ୍ତୀ ସମୟରେ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ନିର୍ଦ୍ଦିଷ୍ଟ ଔଷଧ ବିଷୟରେ ସବିଶେଷ ତଥ୍ୟ ମାଗିବା ସହ ​ ପତଞ୍ଜଳି ଏବଂ ରାମଦେବଙ୍କୁ ଏହି ଦାବିଗୁଡିକର ବିଜ୍ଞାପନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା।

Leave A Reply

Your email address will not be published.

one × three =

error: Content is protected !!
Open chat