ବାଲେଶ୍ୱର ଓ ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି: ନଭେମ୍ବର ୩ରେ କରୋନା କଟକଣା ମଧ୍ୟରେ ହେବ ମତଦାନ

0 471
greentech

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୦/୧୦: ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପ ନିର୍ବାଚନ ପାଇଁ ଶୁକ୍ରବାର ଦିନ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ଅନୁସାରେ ଏହି ଦୁଇଟି ଆସନ ପାଇଁ ଆସନ୍ତା ନଭେମ୍ବର ୩ ତାରିଖରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ ।

ବିଜ୍ଞପ୍ତି ପ୍ରକାଶିତ ହେବା ସହ ଆଜିଠୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହେଉଥିବା ବେଳେ ଅକ୍ଟୋବର ୧୬ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି ।ସେହିପରି ଅକ୍ଟୋବର ୧୭ରେ ନାମାଙ୍କନ ପତ୍ର ଯାଂଚ କରା ଯିବ । ସେହିପରି ଅକ୍ଟୋବର ୧୯ ସୁଦ୍ଧା ପ୍ରାର୍ôଥପତ୍ର ପ୍ରତ୍ୟାହାର ପାଇଁ ସମୟ ଦିଆଯାଇଛି । ମତଦାନ ପରେ ନଭେମ୍ବର ୧୦ରେ ଭୋଟଗଣତି ହେବ ।

ଏହି ଦୁଇଟି ସ୍ଥାନରେ ଉପ ନିର୍ବାଚନ ସମସ୍ତ କୋଭିଡ୍‌ କଟକଣା ଭିତରେ ନିର୍ବାଚନ ହେବ ବୋଲି ଜଣାପଡ଼ିଛି ।
ଉଲ୍ଲେଖନୀୟ ଯେ ଏହି ଉପନିର୍ବାଚନରେ ବାଲେଶ୍ୱର ଏବଂ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ୮୦ ବର୍ଷରୁ ଅଧିକ ବୟସର ଭୋଟର, ଦିବ୍ୟାଙ୍ଗ ଭୋଟର ଏବଂ କୋଭିଡ୍‌-୧୯ ଆକ୍ରାନ୍ତ ତଥା ସନ୍ଦିଗ୍ଧ କୋଭିଡ୍‌ ଭୋଟର କିପରି ଭାବରେ ପୋଷ୍ଟାଲ୍‌ ବାଲାଟ୍‌ ମାଧ୍ୟମରେ ମତଦାନ କରି ପାରିବେ ବୋଲି ଜଣାପଡିଛି । ଗତକାଲି ଏ ନେଇ ସମୀକ୍ଷା ହୋଇଥିଲା ।

Leave A Reply

Your email address will not be published.

14 − 10 =

error: Content is protected !!
Open chat