ବାହୁଡା ରେ ଆସିଲା ‘ବଳରାମ’ ଯୋଜନା । କାଳିଆ’ ପରେ ଭୂମିହୀନ ଚାଷୀଙ୍କ ପାଇଁ କୃଷି ଋଣ ଯୋଜନା

0 176
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୩/୦୭: ବାହୁଡା ରେ ଆସିଲା ‘ବଳରାମ’ ଯୋଜନା । କାଳିଆ’ ପରେ ଭୂମିହୀନ ଚାଷୀଙ୍କ ପାଇଁ କୃଷି ଋଣ ଯୋଜନା । ଏହି ଯୋଜନାରେ ରାଜ୍ୟର ପ୍ରାୟ ୭ ଲକ୍ଷ ଭୂମିହୀନ ଚାଷୀଙ୍କୁ କୃଷି ଋଣ ଯୋଗାଇ ଦିଆଯିବ । ପ୍ରାୟ ୧ ହଜାର ୪୦ କୋଟି ଟଙ୍କାର ଋଣ ଯୋଗାଣ ଲକ୍ଷ୍ୟ ରଖାଯାଇଛି । ଜଏଂଟ୍ ଲିଆବିଲିଟି ଗ୍ରୁପ ମାଧ୍ୟମରେ ଋଣ ଯୋଗାଣ ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭୂମିହୀନ ଚାଷୀଙ୍କୁ କୃଷି ଋଣ ଯୋଗାଇବା ପାଇଁ ଅଭିନବ ଯୋଜନା ଅଣାଯାଇଛି ।

ତେବେ ରାଜ୍ୟସ୍ତରରେ ଇମେଜ ଏବଂ ଜିଲ୍ଲା ସ୍ତରରେ ଆତ୍ମା ସଂସ୍ଥା ଏହି କାର୍ଯ୍ୟକ୍ରମର ସଂଯୋଜନା କରିବେ । ଗ୍ରାମାଂଚଳ ଏବଂ ଛୋଟ ଛୋଟ ସହର ଅଂଚଳ ମାନଙ୍କରେ ବିଭିନ୍ନ ବ୍ୟାଙ୍କ ଏବଂ ପ୍ରାଥମିକ କୃଷି ସମବାୟ ସଂସ୍ଥାର ପ୍ରାୟ ୭ ହଜାର ଶାଖା ଥିବା ରହିଛି । ପ୍ରତି ବ୍ୟାଙ୍କ ବ୍ରାଂଚକୁ ଚଳିତ ବର୍ଷ ଅତି କମରେ ୧୦ଟି ଜଏଂଟ୍ ଲିଆବିଲିଟି ଗ୍ରୁପକୁ ଋଣ ଦେବା ପାଇଁ କୁହାଯାଇଛି । ଏହା ଫଳରେ ପ୍ରାୟ ୭୦ ହଜାର ଗ୍ରୁପ୍ ଚଳିତ ବର୍ଷ କୃଷି ଋଣ ପାଇପାରିବେ ।

ସବୁଠାରୁ ବଡ଼କଥା ହେଲା, ଗୋଟିଏ ଗ୍ରୁପରେ ୫ ଜଣ ଚାଷୀ ରହିବେ । ବର୍ଷକୁ ସାଢେ ୩ ଲକ୍ଷ ଚାଷୀ ହିସାବରେ ୨ ବର୍ଷ ମଧ୍ୟରେ ପ୍ରାୟ ୭ ଲକ୍ଷ ଭୂମିହୀନ ଚାଷୀଙ୍କୁ କୃଷି ଋଣ ଯୋଗାଇବା ପାଇଁ ଲକ୍ଷ୍ୟ ରଖା ଯାଇଛି । ପ୍ରତି ଗ୍ରୁପ ୧ ଲକ୍ଷ ୬୦ ହଜାର ଟଙ୍କା ଯାଏଁ ଋଣ ପାଇପାରିବେ । କୃଷକ ସାଥୀ ଏବଂ ଗ୍ରାମ କୃଷି କର୍ମଚାରୀ ମାନେ ଗ୍ରୁପ ଗଠନ କରି ସେମାନଙ୍କୁ ଜିଲ୍ଲା ସ୍ତରୀୟ ଆତ୍ମା ସଂସ୍ଥା ମାଧ୍ୟମରେ ପ୍ରୋତ୍ସାହନ ଦେବା ପାଇଁ ବୈଠକରେ ସ୍ଥିର ହୋଇଛି ।

Leave A Reply

Your email address will not be published.

4 − 1 =

error: Content is protected !!
Open chat