ବାୟୁମାଧ୍ୟମରେ କରୋନା ବ୍ୟାପୁଥାଇପାରେ : ଆଇସିଏମଆର

0 294
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୪/୦୭ : କରୋନା ସଂକ୍ରମଣ ଡ୍ରପଲେଟ ମାଧ୍ୟମରେ ବ୍ୟାପିଥାଏ । ତେବେ କେତେକ ବୈଜ୍ଞାନିକ କହୁଛନ୍ତି ଯେ ଏହା ବାୟୁମାଧ୍ୟମରେ ମଧ୍ୟ ବ୍ୟାପୁଥାଇପାରେ । ବାୟୁରେ ଥିବା ମାଇକ୍ରୋ ଡ୍ରପଲେଟ (୫ ମାଇକ୍ରନରୁ କମ ଆକାରର) ମାଧ୍ୟମରେ ଏହା ବ୍ୟାପୁଥାଇପାରେ । ତେବେ ଆମକୁ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେବାକୁ ହେବ ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର)ର ମହାନିର୍ଦ୍ଦେଶକ ଡ. ବଳରାମ ଭାର୍ଗବ କହିଛନ୍ତି ।

ଗତ ସପ୍ତାହରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପକ୍ଷରୁ କୁହାଯାଇଥିଲା ଯେ କେତେକ ପ୍ରମାଣ ମିଳିଛି ଯେ କୋଭିଡ-୧୯ ଏକ ଆବଦ୍ଧ କୋଠରୀରେ ଥିବା ବାୟୁରେ ରହିପାରେ ଓ ଅନ୍ୟକୁ ସଂକ୍ରମିତ କରିପାରେ ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀ ଅବସରରେ ମନ୍ତ୍ରାଳୟର ଓଏସଡି ରାଜେଶ ଭୁଷଣ କହିଛନ୍ତି ଯେ ଦେଶର ମୋଟ ସଂକ୍ରମଣ ମାମଲା ମଧ୍ୟରୁ ୮୬ ପ୍ରତିଶତ ୧୦ଟି ରାଜ୍ୟରେ ସୀମିତ ରହିଛି । ତାହା ମଧ୍ୟରୁ ଦୁଇଟି ରାଜ୍ୟ ମହାରାଷ୍ଟ୍ର ଓ ତାମିଲନାଡ଼ୁରେ ୫୦ ପ୍ରତିଶତ ଓ ୮ଟି ଅନ୍ୟ ରାଜ୍ୟରେ ଅବଶିଷ୍ଟ ୩୬ ପ୍ରତିଶତ ସଂକ୍ରମଣ ମାମଲା ରହିଛି । ଭାରତରେ ଆରୋଗ୍ୟ ହାର ୬୩ ପ୍ରତିଶତ ଥିବାବେଳେ ୨୦ଟି ରାଜ୍ୟର ଆରୋଗ୍ୟ ହାର ଜାତୀୟ ହାରଠାରୁ ଅଧିକ । ଗୁଜୁରାଟର ଆରୋଗ୍ୟ ହାର ୭୦ ପ୍ରତିଶତ ଥିବାବେଳେ ଓଡ଼ିଶାର ଆରୋଗ୍ୟ ହାର ୬୭ ପ୍ରତିଶତ ରହିଛି । ଆସାମର ଆରୋଗ୍ୟ ହାର ୬୫ ପ୍ରତିଶତ ଥିବାବେଳେ ଉତ୍ତରପ୍ରଦେଶର ଆରୋଗ୍ୟ ହାର ୬୪ ପ୍ରତିଶତ ରହିଛି ।

Leave A Reply

Your email address will not be published.

eighteen + 9 =

error: Content is protected !!
Open chat