![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
![](https://i0.wp.com/kalingajyoti.com/wp-content/uploads/2020/06/cv-vcbvnbx.jpg?resize=454%2C454)
କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୩୦/୦୬: ବିଏମସି ଅଫିସକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ଲାଗିଲା କଟକଣା । ରାଜଧାନୀରେ ହୁ ହୁ ହୋଇ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୧୫ ଦିନ ପାଇଁ ବିଏମ୍ସି କାର୍ଯ୍ୟାଳୟକୁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି।ରାଜଧାନୀରେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ବଢିବାରୁ ବିଏମସି ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି । ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଆଜିଠାରୁ ଆହୁରୀ କଡାକଡି ଭାବେ କଟକଣା ଜାରି କରାଯିବ । ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ଉପରେ ବିଏମସି ଗୁରୁତ୍ୱ ଦିଆଯିବ । ଯେଉଁମାନେ କରୋନା କଟକଣା ମାନିବେ ନାହିଁ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।
![](https://kalingajyoti.com/wp-content/uploads/2020/06/bbsfhshsh.jpg)
ରାଜଧାନୀରେ ସଂକ୍ରମଣ ବୃଦ୍ଧି ପାଇବା ପରେ ବିଏମ୍ସି ଏହି ପଦକ୍ଷେପ ନେଇଛି। ଏଥି ସହିତ ଆଜିଠାରୁ ରାଜଧାନୀ ଭୁବନେଶ୍ବରରେ କୋଭିଡ ନିୟମକୁ କଡ଼ାକଡି ହେବ କାର୍ଯ୍ୟକାରୀ କରାଯିବା ସହ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯିବ। ଅମାନିଆଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଏମ୍ସି କମିଶନର ପ୍ରେମଚାନ୍ଦ ଚୌଧୁରୀ କହିଛନ୍ତି।
ସୂଚନାଯୋଗ୍ୟ ରାଜଧାନୀ ଭୁବନେଶ୍ୱରରେ ମୋଟ ୩୧୪ ଟି ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୧୭୪ ଜଣ ସୁସ୍ଥ ହୋଇଛନ୍ତି। ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୩୫ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।