ବିଜେପିକୁ ୫ ବର୍ଷ ଦିଅନ୍ତୁ, ପଶ୍ଚିମବଙ୍ଗକୁ ‘ସୋନାର୍‌ ବାଙ୍ଗଲା’ କରି ଦେଖାଇବୁ : ଅମିତ ଶାହା

0 295
greentech

କଲକାତା : ଆଉ କିଛି ମାସ ପରେ ପଶ୍ଚିମବଙ୍ଗରେ ହେବ ବିଧାନସଭା ନିର୍ବାଚନ। ଏଥର ପଶ୍ଚିମବଙ୍ଗକୁ ଦଖଲ କରିବା ଲାଗି ବିଜେପି ଜୋରଦାର ଉଦ୍ୟମ ଚଳାଇଥିବାବେଳେ ଶାସକ ଟିଏମ୍‌ସି କ୍ଷମତା ବଜାୟ ରଖିବାକୁ ନିଜର ପ୍ରୟାସ ଜାରି ରଖିଛି । ତେବେ ନିର୍ବାଚନ ପୂର୍ବରୁ ଟିଏମ୍‌ସି ବିଧାୟକ ଏବଂ ନେତାମାନେ ଦଳ ଛାଡ଼ିବା ଘଟଣା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଅଡୁଆରେ ପକାଇଛି । ରାଜ୍ୟରେ ବିଜେପିର ପୃଷ୍ଠଭୂମିକୁ ମଜଭୁତ କରିବା ଲାଗି ନିକଟରେ ସଭାପତି ଜେ. ପି. ନଡ୍ଡା ପଶ୍ଚିମବଙ୍ଗ ଗସ୍ତରେ ଆସିଥିବାବେଳେ ଶନିବାରଠାରୁ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଆସି ଗୃହମନ୍ତ୍ରୀ ଅମିତ ଶାହ। ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକର୍ତ୍ତାଙ୍କୁ ଉଦ୍‌ବୋଧନ ଦେଉଛନ୍ତି ।

ପଶ୍ଚିମବଙ୍ଗ ମେଦିନପୁରରେ ଗୃହମନ୍ତ୍ରୀ ଅମିତ ଶାହା ବିଶାଳ  ଜନସଭାକୁ ସମ୍ବୋଧିତ କରିବା ଅବସରରେ ମମତା ବାନାର୍ଜୀଙ୍କୁ କଡା କଟାକ୍ଷ କରିଛନ୍ତି । ମମତା ବାନାର୍ଜୀ କହୁଛନ୍ତି, ବିଜେପି ଅନ୍ୟ ଦଳର ନେତାଙ୍କୁ ନିଜ ଦଳରେ ସାମିଲ କରୁଛି । କିନ୍ତୁ ଖୋଦ ଦିଦି କଂଗ୍ରେସ ଛାଡି ତୃଣମୂଳ କଂଗ୍ରେସ ଗଢିଛନ୍ତି, ଏହା କଣ ଦଳ ବଦଳ ନୁହେଁ ବୋଲି ପ୍ରଶ୍ନ କରିଛନ୍ତି ଶାହ ।

ଅମିତ ଶାହ କହିଛନ୍ତି ଯେ କିଛି ବଡ ନେତା କହିଛନ୍ତି ଯେ ବଙ୍ଗଳାରେ ତୃଣମୂଳ କଂଗ୍ରେସକୁ କେହି ପରାସ୍ତ କରିପାରିବେ ନାହିଁ। ମୁଁ ତାଙ୍କୁ ମନେ ପକାଇବାକୁ ଚାହୁଁଛି ଯେ ଲୋକସଭା ନିର୍ବାଚନରେ ​​ସେ କହୁଥିଲେ ଯେ ବିଜେପି ଖାତା ଖୋଲିପାରିବ ନାହିଁ। ଆମେ ଦିଲ୍ଲୀପ ଘୋଷ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ୧୮ ଟି ଆସନ ଜିତିଛୁ।ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ପଶ୍ଚିମବଙ୍ଗରେ ୨୦୦ରୁ ଅଧିକ ସିଟ୍ ଜିତିବ ବୋଲି ଶାହା ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

four × two =

error: Content is protected !!
Open chat