ବିଦେଶୀ ଟିକା କମ୍ପାନିଙ୍କ ସବୁ ସର୍ତ୍ତ ମାନିବେ ଭାରତ ସରକାର

0 491
greentech

ନୂଆଦିଲ୍ଲୀ ୧୦/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଭାରତ ବିଦେଶୀ ଟିକା କମ୍ପାନିମାନଙ୍କୁ ଇନଡେମନିଟି ବା ପାର୍ଶ୍ବ ପ୍ରତିକ୍ରିୟା ପାଇଁ ଆଇନଗତ କାର୍ୟ୍ୟାନୁଷ୍ଠାରୁ ସୁରକ୍ଷା ପ୍ରଦାନ କରିପାରନ୍ତି । ଏଥିପାଇଁ ବିଦେଶୀ ଟିକା କମ୍ପାନି ଫାଇଜର,ମଡର୍ଣ୍ଣା, ଜନସନ ଆଦି ସର୍ତ୍ତ ରଖିଆସୁଛନ୍ତି ।
ଦେଶରେ କରୋନା ଟିକାର ଅଭାବ ଦେଖାଦେଇଥିବାବେଳେ ସରକାର ଆସନ୍ତା ଡିସେମ୍ବର ସୁଦ୍ଧା ଅଧିକାଂଶ ଭାରତୀୟଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖିଛନ୍ତି । ବିଦେଶରୁ ଟିକା ଆମଦାନୀ କରି ସରକାର ଏହି ଅଭାବ ଭରଣା କରିବାକୁ ଉଦ୍ୟମ କରୁଛନ୍ତି । ଏଥିପାଇଁ ସରକାର ବିଦେଶୀ ଟିକା କମ୍ପାନିମାନଙ୍କ ସହ ସାଲିସ କରିବାକୁ ବାଧ୍ୟ ହେଉଛନ୍ତି ।

ଗତ ଏପ୍ରିଲ ମାସରେ ଭାରତରେ କରୋନାର ଦ୍ବିତୀୟ ଲହର ଆସିବା ପରେ ସରକାର ବିଦେଶୀ ଟିକା କମ୍ପାନିମାନଙ୍କୁ ଆମନ୍ତ୍ରଣ କରିଥିଲେ । ମାତ୍ର ଟିକା କମ୍ପାନିମାନେ ଇନଡେମନିଟି, ନୈଦାନିକ ପରୀକ୍ଷଣ (କ୍ଲିନାକାଲ ଟ୍ରାଏଲ) ଆଦି ସର୍ତ୍ତ ଆରୋପ କରିଥିଲେ । ସରକାର ଇତି ମଧ୍ୟରେ ଫାଇଜରକୁ ନୈଦାନିକ ପରୀକ୍ଷଣ ନ କରିବା ଦାବିକୁ ମାନି ନେଇଛନ୍ତି । ତେବେ ଇନଡେମନିଟି ସର୍ତ୍ତ ଉପରେ ଏପର୍ୟ୍ୟନ୍ତ ବିଚାର ଜାରି ରହିଛି । ଅବଶ୍ୟ ଫାଇଜର ଯେଉଁ ଦେଶମାନଙ୍କୁ ଟିକା ପ୍ରଦାନ କରିଛି ସେଠାକାର ସରକାରଙ୍କଠାରୁ ଇନଡେମନିଟି ସୁରକ୍ଷା ପାଇଛି ।

Leave A Reply

Your email address will not be published.

eighteen − 4 =

error: Content is protected !!
Open chat