ବିଧାନସଭାର ବିଭିନ୍ନ କମିଟି ବୈଠକ ବାତିଲ- ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

0 210
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୬/୦୭ : ବିଧାନସଭାର ବିଭିନ୍ନ କମିଟି ବୈଠକ ବାତିଲ ନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ହୁହୁ ହୋଇ ବଢି ଚାଲିଛି । ଜୁଲାଇ ମାସ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟ ସରକାର ବାରମ୍ବାର କହିଛନ୍ତି । ଏବେ ସଂକ୍ରମଣରେ ଭାରତ ପୃଥିବୀରେ ୩ୟ ସ୍ଥାନ ଅଧିକାର କରିଛି । ରାଜ୍ୟରେ ମଧ୍ୟ ସଂକ୍ରମଣ ବଢିଚାଲିଛି ।

ଗତମାସରେ ବିଧାନସଭାର ବିଭିନ୍ନ କମିଟି ମିଟିଂ ପାଇଁ ଅନୁମତି ଦେଇଥିଲେ । କରୋନା ସ୍ଥିତିକୁ ଦେଖି ସବୁ ବୈଠକ ବାତିଲନେଇ କାଲି ନିଷ୍ପତ୍ତି ନିଆଯାଇଛି ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ।
ବିଧାନସଭା ମାର୍ଚ୍ଚ ୩୦ ତାରିଖରେ ହୋଇଥିଲା । ଆଉ ୬ ମାସ ଭିତରେ ଆଉ ଥରେ ହେବା କଥା । ଏନେଇ ଲୋକସଭା ବାଚସ୍ପତି ଓ ରାଜ୍ୟପାଳଙ୍କ ସହ ସେ କଥା ହୋଇଛନ୍ତି ବୋଲି ସେ କହିଛନ୍ତି । ସମସ୍ତଙ୍କ ମତକୁ ଅପେକ୍ଷା କରିଛୁ । ମତାମତ ମିଳିଲେ ପରିସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ।

Leave A Reply

Your email address will not be published.

14 − 6 =

error: Content is protected !!
Open chat