ବିବାଦ ନକରି ଭାରତ ଓ ଚୀନ ପରସ୍ପର ସହଯୋଗୀ ହେବା ଉଚିତ :ଚୀନ ରାଷ୍ଟ୍ରଦୂତ

0 405
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୭: ସୀମାରେ ସୈନ୍ୟ ଠୁଳକରି ଉତ୍ତେଜନା ସୃଷ୍ଟି କରୁଥିବା ଚୀନ ଆଜି ଶାନ୍ତିର କଥା କହିଛି । ଭାରତରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତ ସୁନ େଓ୍ଵଡଙ୍ଗ୍‌ କହିଛନ୍ତି ଯେ ଭାରତ ଓ ଚୀନ ପରସ୍ପରର ଶତ୍ରୁ ହେବା ବଦଳରେ ପରସ୍ପରର ସହଯୋଗୀ ହେବା ଉଚିତ । ଦୁଇଦେଶ ମଧ୍ୟରେ ଉତ୍ତେଜନା ବଦଳରେ ଶାନ୍ତି ରହିବା ଆବଶ୍ୟକ ।

ସେ କହିଛନ୍ତି ଯେ ପ୍ରାୟ ୨ ହଜାରରୁ ଅଧିକ ବର୍ଷ ଧରି ଭାରତ ଓ ଚୀନ ଶାନ୍ତିପୂର୍ଣ୍ଣ ସହାବସ୍ଥାନ କରିଆସିଛନ୍ତି । ଦୁଇଦେଶ ମଧ୍ୟରେ ଥିବା ସୀମା ବିବାଦ ଜଟିଳ ଓ ସଂବେଦନଶୀଳ ରହିଛି । କିନ୍ତୁ ଆମକୁ ଶାନ୍ତିପୂର୍ଣ୍ଣଭାବେ ବସି ଏହାର ଏକ ଗ୍ରହଯୋଗ୍ୟ ସମାଧାନ ବାହାର କରିବାକୁ ହେବ । ଏଥିପାଇଁ ଦୁଇ ଦେଶ ମଧ୍ୟରେ ଥିବା ସଂଦେହକୁ ଦୂର କରିବାକୁ ହେବ ।

ଗଲଓ୍ଵାନ ଘାଟି ସଂଘର୍ଷ ସମ୍ପର୍କରେ ସେ କହିଛନ୍ତି ଯେ ଏପରି ପରିସ୍ଥିତି ନା ଭାରତ ନା ଚୀନ, କେହି ଦେଖିବାକୁ ଚାହୁଁନାହାନ୍ତି । ଗତ ରବିବାରଦିନ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଚୀନର ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ଇଙ୍କ ସହ ଆଲୋଚନା କରି ସୀମାରେ ଶାନ୍ତି ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେଇଥିଲେ । ସୀମାରେ ଉତ୍ତେଜନା ହ୍ରାସ କରି ଯଥାସ୍ଥିତି ବଜାୟ ରଖିବାକୁ ଉଭୟ ପକ୍ଷ ରାଜି ହୋଇଥିଲେ । ଏହି ବୁଝାମଣାକୁ ଭିତ୍ତି କରି ଚୀନ ନିଜ ସେନାକୁ ଫେରାଇ ନେଉଛି ।

Leave A Reply

Your email address will not be published.

11 + four =

error: Content is protected !!
Open chat