ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଭୁଲ ନିଷ୍ପତ୍ତି ଯୋଗୁଁ ବିଶ୍ବ କରୋନା ମହାମାରୀର ସମ୍ମୁଖୀନ ହେଲା : ଅନ୍ତର୍ଜାତୀୟ ତଦନ୍ତ ରିପୋର୍ଟ

0 173
greentech

ଜେନିଭା : ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅପାଗରତା ଓ କେତେକ ଭୁଲ ନିଷ୍ପତ୍ତି ଯ଼ୋଗୁଁ ବିଶ୍ବ କରୋନା ପରି ଏକ ବିଶ୍ବ ମହାମାରୀର ସମ୍ମୁଖୀନ ହେଉଛି । ଯ଼ଦି ଠିକ ସମୟରେ ସତର୍କ ସୂଚନା ଦିଆଯ଼ାଇଥାନ୍ତା ତେବେ ଏହି ଦୁର୍ଦ୍ଦଶାକୁ ଏଡ଼େଇ ଦିଆଯ଼ାଇପାରିଥାନ୍ତା ବୋଲି ଏକ ଅନ୍ତର୍ଜାତୀୟ ତଦନ୍ତରୁ ଜଣାପଡ଼ିଛି ।
ଜେନିଭା ସ୍ଥିତ ମହାମାରୀ ପ୍ରସ୍ତୁତି ଓ ମୁକାବିଲା ସଂପର୍କିତ ସ୍ବାଧୀନ ସଂଗଠନ (ଆଇପିପିପିଆର) ପକ୍ଷରୁ କରାଯ଼ାଇଥିବା ଏହି ତଦନ୍ତରେ କୁହାଯ଼ାଇଛି ଯ଼େ ଡବ୍ଲୁଏଚଓର ଦ୍ବାରା ନିଆଯ଼ାଇଥିବା କେତେକ ଭୁଲ ନିଷ୍ପତ୍ତି ଯ଼ୋଗୁଁ ସମଗ୍ର ବିଶ୍ବର ପ୍ରାୟ ୩୩ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡ଼ିଲେ ଓ ବିଶ୍ବ ଅର୍ଥନୀତିକୁ ବହୁମୂଲ୍ୟ ଦେବାକୁ ପଡ଼ୁଛି । ଡବ୍ଲୁଏଚଓକୁ କଠୋର ସମାଲୋଚନା କରି ଏହି ତଦନ୍ତ ରିପୋର୍ଟରେ କୁହାଯ଼ାଇଛି ଯ଼େ ଏହି ସଂସ୍ଥା ଲୋକମାନଙ୍କ ସୁରକ୍ଷା କରିବାରେ ବିଫଳ ହେଲା ।
ଚୀନର ଉହାନରେ ଡିସେମ୍ବର ୨୦୧୯ରେ ହିଁ କରୋନା ଭାଇରସର ପ୍ରଭାବ ଆରମ୍ଭ ହୋଇଯ଼ାଇଥିଲା । କିନ୍ତୁ ଡବ୍ଲୁଏଚଓ ଏହାକୁ ଗୁରୁତ୍ବ ଦେଲାନାହିଁ ଓ ଫେବ୍ରୁଆରି ୨୦୨୦ ପର୍ୟ଼୍ୟନ୍ତ ବହୁମୂଲ୍ୟ ସମୟ ନଷ୍ଟ କରିଦେଲା ।
ଏହି ତଦନ୍ତ କମିଟିରେ ନ୍ୟୁଜିଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ହେଲେନ କ୍ଲାର୍କ ଓ ଲାଇବେରିଆର ପୂର୍ବତନ ରାଷ୍ଟ୍ରପତି ଏଲେନ ଜନସନ ଯ଼ୁଗ୍ମଭାବେ ଅଧ୍ୟକ୍ଷତା କରୁଥିଲେ । ଭବିଷ୍ୟତରେ ଏପରି ଏକ ମହାମାରୀକୁ ଏଡ଼େଇବା ପାଇଁ ବର୍ତ୍ତମାନ ଥିବା ବିଶ୍ବସ୍ତରୀୟ ବ୍ୟବସ୍ଥାରେ ପରିବର୍ତ୍ତନ ଆବଶ୍ୟକ ବୋଲି ଏହି ରିପୋର୍ଟରେ ପରାମର୍ଶ ଦିଆଯ଼ାଇଛି ।

Leave A Reply

Your email address will not be published.

nine − 5 =

error: Content is protected !!
Open chat