ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି ଅଭୟ ।

0 126
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ସୁନ୍ଦରଗଡ ୩୦/୦୬:

ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ। ଡିଜିପି ଅଭୟ ଏହି ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ନିର୍ଦ୍ଦେଶ ପାଇବା ପରେ କ୍ରାଇମବ୍ରାଞ୍ଚ ଟିମ୍ ରାଇବଗା ଥାନା ଅଭିମୁଖେ ଯାଇଥିବା ଡିଜିପି ଟ୍ୱିଟ୍‌ କରିଛନ୍ତି।

ଏହି ଘଟଣାରେ ଜୁନ୍ ୨୬ ତାରିଖରେ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝିଙ୍କୁ ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ୍ ନିଲମ୍ବନ କରିଥିଲେ। କାର୍ଯ୍ୟରେ ଅବହେଳା ଓ ବେଆଇନ୍ କାର୍ଯ୍ୟରେ ଲିପ୍ତ ଥିବା ଯୋଗୁ ତାଙ୍କୁ ନିଲମ୍ବନ କରାଯାଇଛି।

ଏହି ଘଟଣାରେ ବୀରମିତ୍ରପୁର ଥାନା ଆଇଆଇସି ଓ ଡାକ୍ତରଙ୍କ ସମେତ ୬ ଜଣଙ୍କ ନାଁ ସୁନ୍ଦରଗଡ଼ ଡିସିପିଓ ରାଏବଗା ଥାନାରେ ଏତଲା ଦେଇଛନ୍ତି। ନିଲମ୍ବିତ ଆଇଆଇସି ଫେରାର ହୋଇଯାଇଥିବା ବେଳେ ତାଙ୍କୁ ଏ ପର୍ଯ୍ୟନ୍ତ ପୁଲିସ୍‌ ଧରିବାରେ ସକ୍ଷମ ହୋଇ ନାହିଁ। ଏଥିସହ ଏହି ଘଟଣାରେ ଜଡ଼ିତ ଜଣେ ଡାକ୍ତରଙ୍କ ସମେତ ଅନ୍ୟ ୫ ଜଣଙ୍କୁ ମଧ୍ୟ ଏ ପର୍ଯ୍ୟନ୍ତ ପୁଲିସ୍ ଧରିପାରି ନାହିଁ।

ସୁନ୍ଦରଗଡ଼ ସ୍ଥିତ ବିରମିତ୍ରପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ଗର୍ଭପାତ ମାମଲା କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତରିତ କରାଯାଇଛି। କ୍ରାଇମ୍‌ବ୍ରାଞ୍ଚକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି ଅଭୟ।ତଦନ୍ତ ନିର୍ଦ୍ଦେଶ ପାଇବା ପରେ ଘଟଣାର ଛାନଭିନ ପାଇଁ ସୁନ୍ଦରଗଡ଼ ଗସ୍ତ କରିଛି କ୍ରାଇମ୍‌ବ୍ରାଞ୍ଚ ଟିମ୍। ଏହି ମାମଲାରେ ବୀରମିତ୍ରପୁର ଥାନା IIC ଙ୍କ ବିରୋଧରେ ଅଭିଯୋଗ ଆସିଥିଲା। ତେଣୁ ପୋଲିସ ଡିଜି ସମ୍ପୃକ୍ତ ଥାନା ଅଧିକାରୀଙ୍କୁ ନିଲମ୍ବିତ ମଧ୍ୟ କରିଥିଲେ।

Leave A Reply

Your email address will not be published.

15 + 5 =

error: Content is protected !!
Open chat