ସମ୍ବଲପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୬/୦୭ : ବୁର୍ଲା ଭୀମ୍ସାରରେ ଆଉ ୪ କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତ ୪ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ୪ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଏହା ପୂର୍ବରୁ ବୁର୍ଲା ଭିମ୍ସାରରେ ୭ କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ ହୋଇଥିଲେ । ହସ୍ପିଟାଲର ୩ ଜଣ ଡାକ୍ତର ଓ ୪ ଜଣ ନର୍ସ କରୋନା ସଂକ୍ରମିତ ଜଣାପଡ଼ିବା ପରେ ହସ୍ପିଟାଲ୍କୁ ସାନିଟାଇଜ୍ କରାଯାଇଥିଲା ।ଅନ୍ୟପକ୍ଷରେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୧୯ ତାରିଖ ପର୍ଯ୍ୟନ୍ତ ବୀର ସୁରେନ୍ଦ୍ର ସାଏ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ୍ ରିସର୍ଚ୍ଚ(ଭିମ୍ସାର୍)ର ସମସ୍ତ ବିଭାଗର ଓପିଡି ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ନିର୍ଦ୍ଦେଶକ ପ୍ରଫେସର ଡା. ଲଳିତ ମେହେର ସୂଚନା ଦେଇଛନ୍ତି ।