ବେହାଲ କଟକ : ଆଜି ସହରାଞ୍ଚଳରୁ ଆଉ ୭୪ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ଛୁଇଁଲା ୧୯୦

0 254
greentech

କଟକ, (କଳିଙ୍ଗ ଜ୍ୟୋତି) ୦୫/୦୭ : କଟକ ସହରରୁ ଆଜି ଆଉ ୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪୬ ଜଣ ସରକାରୀ କ୍ୱାରେଣ୍ଟାଇନରୁ ଅନ୍ୟ ୨୮ ଜଣ ହୋମ୍ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । ଆଜିର ସଂକ୍ରମଣ ସଂଖ୍ୟାକୁ ମିଶାଇ କଟକ ସହରରେ ୧୯୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨ ଜଣ ସୁସ୍ଥ ହୋଇଛନ୍ତି । ୨ ଜଣ ସଂକ୍ରମିତଙ୍କର ମୃତ୍ୟୁ ସହ ୧୬୬ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ୪୬ ଜଣଙ୍କ ମଧ୍ୟରୁ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁୂ ଆଉ ଅଧିକ ୩୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଉଦ୍ଭୟ ପେସେଣ୍ଟ ଓ ଆଟଣ୍ଡାଣ୍ଟ ଆଇସୋଲେସନ୍ ୱାର୍ଡ଼ରେ ଥିଲେ । ଏଥିସହ ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଆକ୍ରାନ୍ତ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩ ଆକ୍ରାନ୍ତ ହେଉଛନ୍ତି କରୋନା ଯୋଦ୍ଧା । ଏଥିସହ ମାଳିସାହିରୁ ୫ ଜଣ ପୂର୍ବ କେସ୍ ସହିତ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ହୋମ୍ କ୍ୱାରେଣ୍ଟାଇନରୁ ମାଳିସାହିରୁ ସର୍ବାଧିକ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ମାଣିକ ଘୋଷ ବଜାରରୁ ୧୧ ଜଣ , ସିଡିଏରୁ ୩ ଜଣ , ବମ୍ଫକୁଦରୁ ଜଣେ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.

1 × two =

error: Content is protected !!
Open chat