ବ୍ୟାଙ୍କ ଭଳି ଏଣିକି ପୋଷ୍ଟ ଅଫିସରେ ମିଳିବ ନେଟ୍ ବ୍ୟାଙ୍କିଂ ସୁବିଧା

0 261
greentech

ନୂଆଦିଲ୍ଲୀ ୧୧/୨: ଯଦି ଆପଣ ଡାକଘରେ ସଞ୍ଚୟ ଖାତା ଖୋଲିଛନ୍ତି କିନ୍ତୁ ସମୟ ଅଭାବ ଯୋଗୁଁ ଆପଣ ଡାକଘର ଯାଇପାରୁନାହାଁନ୍ତି ତେବେ ଆପଣଙ୍କ ପାଇଁ ଖୁସିଖବର । ବ୍ୟାଙ୍କ ଭଳି ଏବେ ଡାକଘର ମଧ୍ୟ ଅପଡେଟ୍ ହୋଇଯାଇଛି ଯାହାର ଫାଇଦା ଗ୍ରାହକଙ୍କୁ ମିଳିବ ।

ବ୍ୟାଙ୍କ ଭଳି ଏବେ ଡାକଘରେ ମଧ୍ୟ ଖାତାଧାରୀଙ୍କୁ ଇଣ୍ଟରନେଟ୍ ବ୍ୟାଙ୍କିଂ ସୁବିଧା ମିଳିବ । ଡାକଘରର ନେଟବ୍ୟାଙ୍କିଂ ଜରିଆରେ ପଇସା ନେଣ-ଦେଣ କରିପାରିବେ ଗ୍ରାହକ । ଏହା ସହିତ ଆରଡି, ପିଏଫ୍, ଏନଏସସି ସ୍କିମ୍ ସମ୍ବନ୍ଧିତ ସମସ୍ତ କାମ ଘରେ ବସି କରିପାରିବେ ।

ଡାକଘର ନେଟବ୍ୟାଙ୍କିଂ ବ୍ୟବହାର କରିବାର ପ୍ରକ୍ରିୟା
୧. ଡାକ ବିଭାଗ ୱେବସାଇଟ୍ www.indiapost.gov.in ରେ ଭିଜିଟ କରନ୍ତୁ ।
୨. ବାମ ପଟେ ଦିଆଯାଇଥିବା ଅପ୍ସନକୁ ଯାଇ ଅନଲାଇନ୍ ବ୍ୟାଙ୍କିଂର ଅପ୍ସନ ଉପରେ କ୍ଲିକ୍ କରନ୍ତୁ ।
୩. ଏହା ପରେ ବ୍ରାଉଜରରେ ନୂଆ ୱିଣ୍ଡୋ ଓପନ କରିବା ପାଇଁ ରି-ଡାଇରେକ୍ଟକୁ ଓକେ କରନ୍ତୁ ।
୪. ନିଜ ୟୁଜର ଆଇଡି ଓ ପାସୱର୍ଡ ବ୍ୟବହାର କରି ଲଗଇନ୍ କରନ୍ତୁ ।
୫. ଯଦି ନେଟବ୍ୟାଙ୍କିଂ ୟୁଜର ଆଇଡି ନାହିଁ ତେବେ ୱିଣ୍ଡୋରେ ତଳେ ଦିଆଯାଇଥିବା New User Activation ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।
୬. କଷ୍ଟମର ଆଇଡି ଓ ଆକାଉଣ୍ଟ ଆଇଡି ରେଜିଷ୍ଟର କରନ୍ତୁ ଏବଂ ଆଗକୁ ବଢନ୍ତୁ ।
୭. ଆପଣଙ୍କ ଖାତା ସମ୍ପର୍କିତ ଜଡିତ ତଥ୍ୟ ଓ କିଛି ସୂଚନା ମଗାଯିବ ।
୮. ସୂଚନା ରେଜିଷ୍ଟର ହେବା ପରେ ଆପଣଙ୍କୁ ପାସୱର୍ଡ ପ୍ରସ୍ତୁତ ପାଇଁ କୁହାଯିବ ।
୯. ପାସୱର୍ଡ ହେବା ପରେ ନେଟ୍ ବ୍ୟାଙ୍କିଂ ୟୁଜର ଆଇଡି ଓ ପାସୱର୍ଡ ଆକ୍ଟିଭ୍ ହୋଇଯିବ । ଏହା ପରେ ଆପଣ ଲଗ ଇନ୍ କରିପାରିବେ ।
୧୦. କୌଣସି ବି ପ୍ରକାର ସମସ୍ୟା ପାଇଁ ୧୮୦୦୪୨୫୨୪୪୦ ରେ କଲ୍ କରନ୍ତୁ ବା [email protected]  ରେ ଇ-ମେଲ୍ ମଧ୍ୟ କରିପାରିବେ ।

Leave A Reply

Your email address will not be published.

four × 3 =

error: Content is protected !!
Open chat