ଭଦ୍ରକ ଜିଲ୍ଲା ଆରଡ଼ି: ବାବାମଣିଙ୍କ କ୍ଷେତ୍ରରୁ ୩୧ କରୋନା ଆକ୍ରାନ୍ତ ଚିହ୍ନଟ – ପଞ୍ଚାୟତ ଅଞ୍ଚଳକୁ କଣ୍ଟେନ୍ଟମେଣ୍ଟ ଜୋନ କରି ୭ ଦିନ ପାଇଁ ସଟଡାଉନ ଘୋଷଣା କଲେ ସରପଞ୍ଚ

0 574
greentech

ଭଦ୍ରକ/ଆରଡ଼ି,(କଳିଙ୍ଗ ଜ୍ୟୋତି ବ୍ୟୁରୋ/ମଣିପ୍ରସାଦ ପାଢୀ),୨/୦୮ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ସେହିପରି ଆରଡ଼ି ପଞ୍ଚାୟତ ଅଞ୍ଚଳରେ ଗତକାଲି କୋଭିଡ ଟେଷ୍ଟ ହେଲା ପରେ ୩୧ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏତେ ସଂଖ୍ୟାରେ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆରଡ଼ି ପଞ୍ଚାୟତକୁ କଣ୍ଟେନ୍ଟମେଣ୍ଟ ଜୋନ କରିବା ସହ ୭ ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି ସରପଞ୍ଚ ।

ତେବେ ଗୋଟିଏ ଗାଁରୁ ଏକାଥରକେ ୩୧ ଜଣ କୋଭିଡ ପଜେଟିଭ ଚିହ୍ନଟ ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳିଯାଇଛି । ଗତକାଲି ଅଗଷ୍ଟ ୨୧ ତାରିଖ ବିଳମ୍ବିତ ରାତିରୁ ଆସନ୍ତା ଅଗଷ୍ଟ ୨୭ ତାରିଖ ପର୍ଯ୍ୟନ୍ତ ଆରଡ଼ି ଅଞ୍ଚଳ ସଂପୂର୍ଣୃ ବନ୍ଦ ରହିବ ବୋଲି ସରପଞ୍ଚ ଘୋଷଣା କରିଛନ୍ତି । ସେହିପରି ଆରଡ଼ି ଭିତରକୁ ଯେପରି କୌଣସି ବାହାର ଲୋକ ପ୍ରବେଶ କରି ନ ପାରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାରିକେଡ଼ କରି ଆରଡ଼ି ଅଞ୍ଚଳକୁ ଚାରିପାଖରୁ ସିଲ କରାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆରଡ଼ିରେ ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଥିବାରୁ ଆରଡ଼ି ଭିତରକୁ ଯେପରି କୌଣସି ବାହାରର ବ୍ୟକ୍ତି ଅଥବା ଭକ୍ତ ପ୍ରବେଶ ନ କରିବେ ସେଥିପାଇଁ ପ୍ରଶାସନ ବେଶ ଯତ୍ନବାନ ଥିବାବେଳେ, ସ୍ଥାନୀୟ ପୋଲିସ ମଧ୍ୟ ପେଟ୍ରୋଲିଂ କରୁଥିବାର ଦେଖାଯାଇଛି ।

Leave A Reply

Your email address will not be published.

one × 4 =

error: Content is protected !!
Open chat