ଭଦ୍ରକ/ଆରଡି,(ମଣି ପ୍ରସାଦ ପାଢୀ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୨/୧୦: ଭଦ୍ରକ ଜିଲ୍ଲା ଆରଡିସ୍ଥ ପ୍ରସିଦ୍ଧ ଶୈବପୀଠ ‘ବାବା ଆଖଣ୍ଡଳମଣି’ଙ୍କ ମନ୍ଦିରର ବରିଷ୍ଠ ସେବାୟତ ଅନନ୍ତ ଚରଣ ପଣ୍ଡାଙ୍କ ୯୮ବର୍ଷ ବୟସରେ ଗତକାଲି, ଗୁରୁବାର ହୃଦଘାତରେ ପରଲୋକ ଘଟିଛି।
ସ୍ଵର୍ଗତ ଅନନ୍ତ ଚରଣ ଦୀର୍ଘ ୮୦ବର୍ଷ ଧରି ମଣିବାବାଙ୍କର ଦୈନନ୍ଦିନ ସେବାପୂଜା ସହ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ କରୁଥିଲେ। ହେଲେ ଗତ କିଛିମାସ ହେବ ଶାରୀରିକ ଅସୁସ୍ଥତା ଯୋଗୁ ଶ୍ରୀ ପଣ୍ଡା ସେବାପୂଜାରୁ ନିବୃତ ଥିଲେ। ଗତକାଲି, ଗୁରୁବାର ଶ୍ରୀ ପଣ୍ଡାଙ୍କର ପରଲୋକ ଯୋଗୁଁ ସମଗ୍ର ଆରଡିପୀଠ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ତାଙ୍କ ମୃତ୍ୟୁ ସମୟରେ ଜ୍ୟେଷ୍ଠ ପୁତ୍ର ଦାମୋଦରଙ୍କ ସହ ଅନ୍ୟ ପୁତ୍ର କାମଦେବ ଓ ଶ୍ୟାମ ସୁନ୍ଦର ପ୍ରମୁଖ ଉପସ୍ଥିତ ଥିଲେ। ପରେ ଶ୍ରୀ ପଣ୍ଡାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।