ଭଦ୍ରକ- ଧାମରା ରେଳପଥର ଛତ୍ରପଦାଠାରେ ରେଳଧାରଣାରେ କଟି ବୃଦ୍ଧଙ୍କ ମୃତ୍ୟୁ

0 453
greentech

ଭଦ୍ରକ/ଚାନ୍ଦବାଲି,(ମଣି ପ୍ରସାଦ ପାଢୀ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୨/୦୯ : ଭଦ୍ରକ ଜିଲ୍ଲା ଭଦ୍ରକ- ଧାମରା ରେଳପଥର ଛତ୍ରପଦା ନିକଟରେ ଟ୍ରେନରେ କଟି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଭଦ୍ରକ- ଧାମରା ରେଳପଥର ଛତ୍ରପଦା ଗ୍ରାମ ନିକଟ ରେଳପଥରେ ଟ୍ରେନଧକ୍କାରେ ବାଂଶଡା ଥାନା ଅନ୍ତର୍ଗତ ହଳଦିଆ ଗ୍ରାମର ଗିରିଧାରୀ ନାଥ ନାମକ ଜଣେ ୭୨ ବର୍ଷୀୟ ବୃଦ୍ଧ ମୃତ୍ୟୁ ବରଣ କରିଥିବାର ଜଣାପଡିଛି ।

ତେବେ ରେଳଧାରଣା ପାର ହେବା ସମୟରେ ହଠାତ ବୃଦ୍ଧଙ୍କୁ ଛତ୍ରପଦା ନିକଟରେ ଟ୍ରେନଟି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ହିଁ ଗିରିଧାରୀ ନାଥଙ୍କ ମୃତ୍ୟୁ ଘଟିଥିଲା । ଖବରପାଇ ଘଟଣାସ୍ଥଳରେ ଘଣ୍ଟେଶ୍ୱର ଫାଣ୍ଡି ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିିିିିଛି ।

Leave A Reply

Your email address will not be published.

17 − 9 =

error: Content is protected !!
Open chat