![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
![](https://i0.wp.com/kalingajyoti.com/wp-content/uploads/2020/07/dsvgadfbgafd-1.jpg?resize=545%2C305)
ନୂଆଦିଲ୍ଲୀ : ଗୋଟିଏ ପଟେ ଚୀନ୍ ପୂର୍ବ ଲଦାଖରେ ସୈନ୍ୟ ଠୁଳ କରି ଚାଲିଥିବାବେଳେ ପାକ୍ ଅଧିକୃତ କାଶ୍ମୀର(ପିଓକେ)ରେ ୨୦ ହଜାର ପାକ୍ ସୈନ୍ୟ ମୁତୟନ ହୋଇଥିବା ଜଣାପଡ଼ିଛି। ଭାରତକୁ ଦୁଇପଟରୁ ଘେରିବା ପାଇଁ ଚୀନ୍ ଇସାରାରେ ପାକ୍ ସେନା ଏହି ନିଷ୍ପତ୍ତି ନେଇଥିବା ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି। ଇତି ମଧ୍ୟରେ ପ୍ରଥମ ରାଷ୍ଟ୍ର ଭାବେ ଭାରତକୁ ସୈନ୍ୟ ସହାୟତା ଯୋଗାଇ ଦେବା ପାଇଁ ଫ୍ରାନ୍ସ ଘୋଷଣା କରିଛି। ଇତି ମଧ୍ୟରେ ଚୀନ୍-ଭାରତ ସଂଘର୍ଷ ପ୍ରସଙ୍ଗରେ ପ୍ରଥମ ରାଷ୍ଟ୍ର ଭାବେ ଫ୍ରାନ୍ସ ଭାରତକୁ ସୈନ୍ୟ ସହାୟତା ଯୋଗାଇ ଦେବ ବୋଲି କହିଛି। ଭାରତର ମିତ୍ର ରାଷ୍ଟ୍ର ଭାବେ ଫ୍ରାନ୍ସ ଜଣାଶୁଣା।
![](https://kalingajyoti.com/wp-content/uploads/2020/07/sdfgsfhs-1.jpg)
ଭାରଦର ବିପଦ ସମୟରେ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପର୍ଲି କହିଛନ୍ତି। ଦ୍ୱିପାକ୍ଷି ବାର୍ତ୍ତା ଆଗକୁ ବଢାଇବା ପାଇଁ ସେ ଖୁବ୍ ଶୀଘ୍ର ଭାରତ ଆସୁଥିବା କହିଛନ୍ତି। ଗତ କିଛି ବର୍ଷ ହେଲା ଭାରତ ଓ ଫ୍ରାନ୍ସ ମଧ୍ୟରେ ସାମରିକ ସମ୍ପର୍କ ସୁଦୃଢ ହେବାରେ ଲାଗିଛି। ୨୭ ଜୁଲାଇ ମଧ୍ୟରେ ଫ୍ରାନ୍ସ ପ୍ରଥମ ପର୍ଯ୍ୟାୟରେ ୬ଟି ରାଫେଲ ଯୁଦ୍ଧ ବିମାନ ଭାରତକୁ ଯୋଗାଇ ଦେବ। ଏହାଦ୍ୱାରା ଭାରତୀୟ ବାୟୁସେନାର କ୍ଷମତା ଯଥେଷ୍ଟ ବୃଦ୍ଧି ପାଇବ। ୟୁରୋପୀୟ ସଂଘ ସମୂହ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଫ୍ରାନ୍ସର ଗୁରୁତ୍ୱ ଅଧିକ। ଏହା ବ୍ୟତୀତ ଜାତିସଂଘ ନିରାପତ୍ତା ପରିଷଦର ୫ ସ୍ଥାୟୀ ସଦସ୍ୟ ମଧ୍ୟରେ ଫ୍ରାନ୍ସ ଅନ୍ୟତମ।
![](https://i0.wp.com/kalingajyoti.com/wp-content/uploads/2020/07/zcbzbgsfsnsgf.jpg?resize=486%2C323)
ଭାରତ-ଚୀନ୍ ମଧ୍ୟରେ ଏବେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବାବେଳେ ଖୋଲାଖୋଲି ଭାରତକୁ ସମର୍ଥନ କରିବା ଦେଶର ବଡ଼ କୂଟନୈତିକ ସଫଳତା ବୋଲି ମନେକରାଯାଉଛି। ଆଗାମୀ ଦିନରେ ଫ୍ରାନ୍ସର ଅନ୍ୟମିତ୍ର ରାଷ୍ଟ୍ର ଭାରତକୁ ସମର୍ଥନ ଯୋଇ ପାରନ୍ତି।