ରାଜଧାନୀରେ ବରିଷ୍ଠ ନେତାଙ୍କ ପରିବାରରୁ ୭ କରୋନା ପଜିଟିଭ !

0 374
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୨/୦୭: ରାଜଧାନୀର ଜଣେ ବରିଷ୍ଠ ନେତାଙ୍କ ପରିବାରରୁ ୭ କରୋନା ଆକ୍ରାନ୍ତ ବାହାରିଛନ୍ତି । ଏଥିସହ ଆଜି ରାଜଧାନୀରୁ ଆଉ ୧୧ ନୂଆ ପଜିଟିଭ୍‌ ବାହାରିବେ ବୋଲି ସୂଚନା ମିଳିଛି । ବୁଧବାର ୧୨ ପଜିଟିଭ୍‌ ବାହାରିଥିଲେ। ଦୁଇ ଦିନରେ ୨୨ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ପରେ ରାଜଧାନୀରେ କରୋନା ଭୟ ବଢ଼ିଯାଇଛି । ବୁଧବାର ସୁଦ୍ଧା ସହରରୁ ୩୨୩ ଜଣ ଆକ୍ରାନ୍ତ ବାହାରିଲେଣି ।

ଗୁରୁବାର ପାଇଁ ରାଜଧାନୀରୁ ୬ ସ୍ଥାନୀୟ ସଂକ୍ରମିତ ବାହାରିବେ । ଜୟଦେବ ବିହାର, ନୀଳାଦ୍ରିବିହାରରୁ ଏହି ସ୍ଥାନୀୟ ସଂକ୍ରମିତ ବାହାରିଛନ୍ତି । ଦିନକୁ ଦିନ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବାରୁ ଏହାକୁ ନେଇ ସରକାରଙ୍କ ମୁଣ୍ଡବିନ୍ଧା ବଢୁଛି । ସେହିଭଳି ଜଣେ ବରିଷ୍ଠ ନେତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ତାଙ୍କ ପରିବାରର ୭ ଜଣଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିଥିବା ସୂଚନା ମିଳିଛି । ଗୁରୁବାର ବିଏମ୍‌ସି ପକ୍ଷରୁ ଏ ନେଇ ସୂଚନା ଜାରି କରାଯିବ ବୋଲି ଜଣାପଡ଼ିଛି ।

ସେପଟେ ବୁଧବାର ୧୨ ପଜିଟିଭ୍‌ ବାହାରିଥିବା ବିଏମ୍‌ସି ଟ୍ୱିଟ୍‌ କରି ସୂଚନା ଦେଇଛି । ପୁଣି ୮ ଜଣ ସ୍ଥାନୀୟ ସଂକ୍ରମିତ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ଫେରିଥିବା ୪ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି । ଗଞ୍ଜାମରୁ ଫେରି ରଘୁନାଥନଗର ବସ୍ତିରେ ଥିବା ଜଣେ

Leave A Reply

Your email address will not be published.

two × 1 =

error: Content is protected !!
Open chat