ଭାରତରେ ପହଞ୍ଚିଲା ଆଉ ୫ଟି ଆପାଚେ ଲଢୁଆ ହେଲିକାପ୍ଟର

0 207
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୭ : ଚୀନ ଓ ପାକିସ୍ତାନ ପଟୁ ଭାରତ ପ୍ରତି ବିପଦ ବଢୁଥିବାରୁ ଭାରତ ନିଜର ସାମରିକ ଶକ୍ତିକୁ ବୃଦ୍ଧି କରିଚାଲିଛି । ଗଲଓ୍ଵାନ ସଂଘର୍ଷ ପରେ ଚୀନ ସେନା ପଛକୁ ହଟିଥିଲେ ମଧ୍ୟ ପୁଣି ଫେରିବା ଅସମ୍ଭବ ନୁହେଁ । ଏଣୁ ଭାରତ ନିଜର ଲଢୁଆ ବିମାନ ଓ ହେଲିକାପ୍ଟର ସଂଖ୍ୟା ବଢାଇଚାଲିଛି ।
ଆଜି ଆମେରିକାର ବୋଇଂ କମ୍ପାନି ଭାରତୀୟ ବାୟୁସେନାକୁ ଅବଶିଷ୍ଟ ୫ଟି ଏଏଚ-୬୪ ଡି ଆପାଚେ ଆଟାକ ହେଲିକାପ୍ଟର ପ୍ରଦାନ କରିଛି । ଭାରତ ମୋଟ ୨୨ଟି ଆପାଚେ ପାଇଁ ଅର୍ଡର ଦେଇଥିବାବେଳେ ପୂର୍ବରୁ ହିଁ ୧୭ଟି ଭାରତରେ ପହଞ୍ଚିସାରିଛି । ଗଲଓ୍ଵାନ ଘାଟିରେ ମଧ୍ୟ ଭାରତୀୟ ବାୟୁସେନା ନିଜର ଆପାଚେ ହେଲିକାପ୍ଟରକୁ ମୁତୟନ କରିଛି ।

ଟ୍ୟାଙ୍କ୍, ସାମରିକ ଗାଡିକୁ ଧ୍ୱଂସ କରିବାରେ ମାହିର ଥିବା ଆପାଚେ ପୂରା ବିଶ୍ୱରେ ବିଧ୍ୱଂସକାରୀ ହେଲିକପ୍ଟର ଭାବେ ଜଣାଶୁଣା ।ଏହି ହେଲିକପ୍ଟରରେ ୩୦ଏମଏମ ମେଶିନଗନ ସଂଯୁକ୍ତ ରହିଛି । ଯେଉଁଥିରୁ ଗୋଟିଏ ଥରରେ ୧୨୦୦ ରାଉଣ୍ଡ ପର୍ଯ୍ୟନ୍ତ ଗୁଳି ଚଳାଇ ଯାଇପାରିବ । ଏହାଛଡା ଏଥିରେ ଆଣ୍ଟି ଟ୍ୟାଙ୍କ୍ ହେଲଫାୟାର ମିସାଇଲ ରହିଛି ଯାହା ଶତ୍ରୁ ପକ୍ଷର ଟ୍ୟାଙ୍କକୁ ଥରକେ ନଷ୍ଟ କରିବାକୁ ସକ୍ଷମ ।

ଅନ୍ୟ ପକ୍ଷରେ ଗତ ମାର୍ଚ୍ଚ ମାସରେ ଭାରତ ମଗାଇଥିବା ୧୫ଟି ଚିନୁକ ହେଭିଲିପ୍ଟ ହେଲିକାପ୍ଟର ଭାରତରେ ପହଞ୍ଚିସାରିଛି । ଭାରତ ମୋଟ ୧୫ଟି ଚିନୁକ ଡେଲିଭରି ପାଇଁ ବୋଇଂକୁ ଅର୍ଡର ଦେଇଥିଲା । ଚିନୁକ ହେଭିଲିପ୍ଟ ହେଲିକାପ୍ଟର ବିଶ୍ୱର ସବୁଠାରୁ ଶକ୍ତିଶାଳୀ ହେଲିକାପ୍ଟର ମଧ୍ୟରୁ ଅନ୍ୟତମ । ଏହା ଉଭୟ ଆକ୍ରମଣ ଓ ପରିବହନ କାର୍ଯ୍ୟକ୍ରମରେ ବ୍ୟବହାର କରାଯାଇପାରିବ । ଅତ୍ୟନ୍ତ ଓଜନିଆ ଯୁଦ୍ଧ ସାମଗ୍ରୀ ଯେପରିକି ହେଭିମେସିନଗନ, ଆର୍ଟିଲାରୀ ଗନ ଆଦିକୁ ଏଥିରେ ବହନ କରିହେବ ।

Leave A Reply

Your email address will not be published.

one × 2 =

error: Content is protected !!
Open chat