ଭାରତରେ ଶିଶୁମାନଙ୍କୁ ଦିଆଯିବ ଫାଇଜର ଟିକା: ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ

0 286
greentech

ଭୁବନେଶ୍ବର: ଦେଶରେ କରୋନାର ଦ୍ୱିତୀୟ ଲହର ଧୀରେଧୀରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ହେଲେ ବିଶେଷଜ୍ଞମାନେ ତୃତୀୟ ଲହରକୁ ନେଇ ବିଭିନ୍ନ ଚେତାବନୀ ଦେଇସାରିଲେଣି ।

ତୃତୀୟ ଲହର ଶିଶୁମାନଙ୍କ ପ୍ରତି ଅଧିକ ବିପଦ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏଭଳି ସ୍ଥଳେ ଦେଶରେ ଶିଶୁମାନଙ୍କ ପାଇଁ କୋଭିଡ ଟିକା ନଥିବା ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢାଇଛି । ଅନ୍ୟପଟେ ଆମେରିକାର ଟିକା ପ୍ରସ୍ତୁତ କାରୀ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭିଡ-୧୯ ଟିକା ଫାଇଜରକୁ ଶିଶୁମାନଙ୍କ ଠାରେ ଦିଆଯାଉଛି ।ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି କି, ଫାଇଜର ଟିକାକୁ ଭାରତରେ ଶିଶୁମାନଙ୍କୁ ବି ଦିଆଯିବ ।
ଅନ୍ୟପଟେ ବୁଧବାର ଦିନ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି କି ଖୁବଶୀଘ୍ର ମଡର୍ଣ୍ଣା ଓ ଫାଇଜର ଟିକାକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯିବ ।

କହିରଖୁ କି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଯେଉଁ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛନ୍ତି ସେହି ସବୁ ଟିକାକୁ ଭାରତରେ ସ୍ଥାନୀୟ ପରୀକ୍ଷଣ ବିନା ବ୍ୟବହାର ପାଇଁ ଅନୁମତି ଦେବାକୁ ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ନିଷ୍ପତ୍ତି ନେଇଛି । ଏହି ଆଧାରରେ ଗୁଲେରିଆ କହିଛନ୍ତି କି ଖୁବ୍ ଶୀଘ୍ର ଭାରତରେ ଶିଶୁ ଓ ବୟସ୍କ ଲୋକଙ୍କ ପାଇଁ ଫାଇଜର ଟିକା ବ୍ୟବହାର ହେବାକୁ ଯାଉଛି ।

ପୂର୍ବ ସପ୍ତାହରେ ଟିକାର ଅଭାବକୁ ଅନୁଭବ କରି ନୀତି ଆୟୋଗର ସଦସ୍ୟ ଡାକ୍ତର ବି.କେ ପାଲ କହିଥିଲେ କି ଭାରତକୁ ଖୁବଶୀଘ୍ର ଫାଇଜର ଟିକା ମିଳିପାରେ । ସେ ଆଶା କରିଥିଲେ କି ଜୁଲାଇ ମାସ ସୁଦ୍ଧା ଦେଶକୁ ଫାଇଜର ଟିକା ମିଳିଯିବ ।
ଅନ୍ୟପଟେ ଆମେରିକାର ଫାର୍ମା କମ୍ପାନି ଫାଇଜର ଦାବି କରିଛି କି ଭାରତରେ ଦେଖାଦେଇଥିବା କରୋନା ଭୂତାଣୁର ଭାରିଏଣ୍ଟ ବିରୋଧରେ ଫାଇଜର ଟିକା ବେସ୍ ପ୍ରଭାବଶାଳୀ ହେବ । ଏହାସହ ଟିକାର ଷ୍ଟୋରେଜକୁ ନେଇ ବି କମ୍ପାନି ଚର୍ଚ୍ଚା କରିଛି । ଜୁଲାଇ ମାସ ସୁଦ୍ଧା ଭାରତକୁ ୫ କୋଟି ଡୋଜ୍ ଦେବାକୁ କମ୍ପାନି ପ୍ରସ୍ତୁତ ଥିବା କଥା କହିଛି ।

Leave A Reply

Your email address will not be published.

9 + fourteen =

error: Content is protected !!
Open chat