ଭାରତରେ ୫୦% ଦକ୍ଷତା ଥିବା ଟିକାକୁ ମଧ୍ୟ ଅନୁମତି ମିଳିବ : ଆଇସିଏମ୍‌ଆର୍‌ ମୁଖ୍ୟ ଡ. ବଳରାମ ଭାର୍ଗବ

0 475
greentech

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୫-୦୯-୨୦ : କରୋନା ଟିକା ଉପରେ ଏବେ ସାରା ବିଶ୍ୱର ନଜର । ଅନେକ ଟିକାର ଶେଷ ପର୍ଯ୍ୟାୟ ପରୀକ୍ଷଣ ଜାରି ରହିଛି । କିନ୍ତୁ କୌଣସି ଟିକା ବର୍ତ୍ତମାନସୁଦ୍ଧା ବଜାରରେ ବିକ୍ରି ନିମନ୍ତେ ଅନୁମତି ପାଇନି । ପରୀକ୍ଷଣରେ ମୁଖ୍ୟତଃ ଟିକାର ସୁରକ୍ଷା ଏବଂ କାର୍ଯ୍ୟଦକ୍ଷତାକୁ ସମୀକ୍ଷା କରାଯାଉଛି । ଯଦି କୌଣସି ଟିକା ୫୦ ପ୍ରତିଶତ କାର୍ଯ୍ୟଦକ୍ଷତା ଦେଖାଏ ତେବେ ଏହାକୁ ଅନୁମତି ମିଳିଯିବ ବୋଲି ଭାରତୀୟ  ଆୟୁର୍ବିଜ୍ଞାନ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ମୁଖ୍ୟ ଡ. ବଳରାମ ଭାର୍ଗବ କହିଛନ୍ତି ।

 ସେ କହିଛନ୍ତି, ଶ୍ୱାସକ୍ରିୟା ସମ୍ପର୍କିତ ଯେକୌଣସି ରୋଗ ନିମନ୍ତେ ୧୦୦ ପ୍ରତିଶତ ଫଳାଫଳ ଦେଉଥିବା ଭଳି ଟିକା ଆଜି ଯାଏଁ ମିଳିନାହିଁ । କରୋନା ସେଥିମଧ୍ୟରୁ ଅନ୍ୟତମ । ଏଣୁ କୌଣସି ଟିକା ୫୦-୧୦୦ ପ୍ରତିଶତ ମଧ୍ୟରେ ଫଳାଫଳ ଦେଲେ ବା କାର୍ଯ୍ୟଦକ୍ଷତା ଦେଖାଇଲେ ଏହାକୁ ବ୍ୟବହାର ନିମନ୍ତେ ଅନୁମତି ପ୍ରଦାନ କରାଯିବ ।

Leave A Reply

Your email address will not be published.

ten − 1 =

error: Content is protected !!
Open chat