ଭାରତର ୭୪ତମ ସ୍ୱାଧୀନତା ଦିବସ ଅବସରରେ ନେପାଳ ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭକାମନା ଜଣାଇଲେ

0 469
greentech

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୬/୦୮ : ସୀମା ବିବାଦକୁ ନେଇ ଉତ୍ତେଜନା ଚାଲିଥିବା ବେଳେ ନେପାଳର ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଦୁଇ ଦେଶର ନେତାଙ୍କ ମଧ୍ୟରେ ପାଖାପାଖି ୧୦ ମିନିଟର ଆଲୋଚନା ହୋଇଛି । ଏହା ପ୍ରଥମ ଥର ହୋଇଛି, ଯେତେବେଳେ ଭାରତ ନେପାଳ ମଧ୍ୟରେ ଉତ୍ତେଜନା ଚାଲିଥିବା ବେଳେ ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ କଥାବାର୍ତା ହୋଇଥିଲା । ନେପାଳର ପ୍ରଧାନମନ୍ତ୍ରୀ ଫୋନରେ ଶୁଭକାମନା ଦେବା ସହିତ ଅନ୍ୟ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ମିଳିଥିବା ସୂଚନାରୁ ଜଣାପଡିଛି ଯେ, ଓଲି କହିଛନ୍ତି ଏହି କଥାବାର୍ତା ଦ୍ୱାରା କାହାର ହାରିବା ଓ ଜିତିବା କିମ୍ବା କାହାକୁ ନିମ୍ନନ୍ତର ଦେଖାଇବା ଉଦେଶ୍ୟ ନୁହେଁ । ସମ୍ପର୍କରେ ସୁଧାର ଆଣିବା ପାଇଁ ଉଭୟ ପକ୍ଷରୁ ଚେଷ୍ଟା ଚାଲିଛି । ଆହୁରି ମଧ୍ୟ ନେପାଳ ପ୍ରଧାନମନ୍ତ୍ରୀ ଓଲି ଟ୍ୱିଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତର ୭୪ତମ ସ୍ୱାଧୀନତା ଦିବସ ଅବସରରେ ଶୁଭକାମନା ଜଣାଇଛନ୍ତି ।

ଚାଲିଥିବା ସୀମା ବିବାଦ ମଧ୍ୟରେ ଭାରତ ଓ ନେପାଳର ବିଦେଶ ମନ୍ତ୍ରାଳୟ ସଚିବ ସ୍ତରୀୟ ବୈଠକ ଅଗଷ୍ଟ ୧୭ ତାରିଖରେ ହେବାକୁ ଯାଉଛି । ଦୁଇ ଦେଶର ଅଧିକାରୀ ସୋମବାର ଦିନ ନେପାଳର ରାଜଧାନୀ କାଠମାଣ୍ଡୁରେ ଏକ ବୈଠକ ରଖିଛନ୍ତି । ଏହି ବୈଠକରେ ନେପାଳ ପକ୍ଷରୁ ବିଦେଶ ସଚିବ ଶଙ୍କର ଦାସ ବୈରାଗୀ ଭାଗନେବେ ଓ ଭାରତ ପକ୍ଷରୁ ନେପାଳରେ ଥିବା ଭାରତର ରାଜଦୂତ ବିନୟ କ୍ଵାଟରା ଉପସ୍ଥିତ ରହିବେ । ଏହି ବୈଠକରେ ସୀମା ବିବାଦ ଉପରେ ମଧ୍ୟ ଚର୍ଚା ହେବା ହୋଇପାରେ ବୋଲି ସୂତ୍ରରୁ ଖବର ମିଳିଛି ।

Leave A Reply

Your email address will not be published.

5 − 2 =

error: Content is protected !!
Open chat