“ଭାରତର ସାର୍ବଭୌମତ୍ୱ ରକ୍ଷା କରିବାକୁ ବାୟୁସେନା ସର୍ବଦା ପ୍ରସ୍ତୁତ” : ଭାରତୀୟ ବାୟୁସେନାର ୮୮ତମ ପ୍ରତିଷ୍ଠା ଦିବସରେ ପ୍ରଥମ ଥର ଶକ୍ତି ପ୍ରଦର୍ଶନ କଲା ରାଫେଲ ଯୁଦ୍ଧ ବିମାନ

0 432
greentech

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୧୦ : ଆଜି ଅକ୍ଟୋବର ୮, ଦେଶର ବାୟୁସେନା ଏହାର ୮୮ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଏହି ଅବସରରେ ଗାଜିଆବାଦର ହିଣ୍ଡନ ଏୟାରବେସ୍‍ ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଛି। ଏହି ଅବସରରେ ଗାଜିଆବାଦର ହିଣ୍ଡନ ଏୟାରବେସରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବାୟୁସେନା ମୁଖ୍ୟ ଆର.କେ.ଏସ୍ ଭଦୋରିଆ ଦେଶକୁ ସମ୍ବୋଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆକର୍ଷଣର କେନ୍ଦ୍ର ଥିଲା ରାଫେଲ ଯୁଦ୍ଧ ବିମାନ, ଯାହା ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲା। ସେହିପରି ଏଥିରେ ଲଢୁଆ ଚିନୁକ୍‍ ହେଲିକପ୍ଟର, ତେଜସ୍‍ ଓ ସୁଖୋଇ-୩୦ର ପ୍ରଦର୍ଶନ ; ମିଗ୍‍ ୨୧, ମିଗ୍‍ ୨୯ , ଆପାଚୀ ମଧ୍ୟ ସାମିଲ ହୋଇ ଶକ୍ତି ପ୍ରଦର୍ଶନ କରିଛନ୍ତି।

ଦେଶକୁ ସମ୍ବୋଧିତ କରି ବାୟୁସେନା ମୁଖ୍ୟ ଆର.କେ.ଏସ୍ ଭଦୋରିଆ ସୁରକ୍ଷାକୁ ନିଶ୍ଚିତ କରିଥିଲେ। ତାଙ୍କ କହିବା ମୁତାବକ, ଆମ ଅଞ୍ଚଳରେ ବିପଦ ବଢ଼ୁଛି। ପଡୋଶୀ ଦେଶ ମାଧ୍ୟମରେ ଆତଙ୍କବାଦୀଙ୍କ ପ୍ରବେଶ ଆଶଙ୍କା ବୃଦ୍ଧି ପାଉଥିବା ସହ ସାଇବର ସ୍ପେସ୍ କୁ ନେଇ ଆମେ ନୂଆ ଚ୍ୟାଲେଞ୍ଜର ସାମ୍ନା କରୁଛୁ। ସୀମା ଉପରେ ଏକ ତୀକ୍ଷ୍ଣ ନଜର ରଖି ବାୟୁସେନା ପ୍ରତ୍ୟେକ ଗତିବିଧି ପାଇଁ ନିଜକୁ ପ୍ରସ୍ତୁତ କରୁଛି। ବାୟୁସେନା ମୁଖ୍ୟ ଆହୁରି ମଧ୍ୟ କହିଥିଲେ ଯେ, ବର୍ତ୍ତମାନର ପରିସ୍ଥିତି ଆମକୁ ଅଧିକ ଶକ୍ତିଶାଳୀ ପ୍ରସ୍ତୁତି ପାଇଁ ସଜାଗ କରିଛି। ବାୟୁସେନା କ୍ରମାଗତ ଭାବରେ ନିଜ ସହ ନୂଆ ନୂଆ ବିମାନ ସାମିଲ କରୁଛି। ଆପାଚେ ଏବଂ ରାଫେଲ ଏହାର ଏକ ଉଦାହରଣ | ଅନେକ ପୁରୁଣା ବିମାନ ମଧ୍ୟ ନବୀକରଣ କରାଯାଉଛି |
ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ବାୟୁସେନା ମୁଖ୍ୟ, ସ୍ଥଳସେନା ମୁଖ୍ୟ, ଜଳସେନା ମୁଖ୍ୟ ଏବଂ ସିଡିଏସ ବିପିନ ରାୱତ ମଧ୍ୟ ଏଥିରେ ଯୋଗ ଦେଇଛନ୍ତି।

ସେହିପରି ସେ ଆହୁରି ମଧ୍ୟ କହିଥିଲେ, ଆମ ଅଞ୍ଚଳରେ ବିପଦ ବଢୁଛି। ପଡ଼ୋଶୀ ଦେଶ ମାଧ୍ୟମରେ ଆତଙ୍କବାଦୀଙ୍କ ପ୍ରବଶେ ଆଶଙ୍କା ବୃଦ୍ଧି ପାଉଥିବା ସହ ସାଇବର ସ୍ପେସ୍‍ କୁ ନେଇ ଆମେ ନୂଆ ଚ୍ୟାଲେଞ୍ଜର ସାମ୍ନା କରୁଛି। ସୀମା ଉପରେ ତୀକ୍ଷ୍ଣ ନଜର ରଖି ବାୟୁସେନା ପ୍ରତ୍ୟେକ ଗତିବିଧି ପାଇଁ ନିଜକୁ ପ୍ରସ୍ତୁତ କରୁଛି। ଆମେ ଭାରତର ସାର୍ବଭୌମତ୍ୱ ରାକ୍ଷା କରିବାକୁ ପ୍ରସ୍ତୁତ।

ଏହି ଅବସରରେ ବାୟୁସେନା ଦିବସ ଅବସରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଦେଶର ଅନେକ ବିଶେଷ ବ୍ୟକ୍ତିତ୍ଵ ବାୟୁସେନାର ଯବାନ, ପାଇଲଟ୍ ଏବଂ କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Leave A Reply

Your email address will not be published.

8 − 1 =

error: Content is protected !!
Open chat